ନୂଆଦିଲ୍ଲୀ: ପାକିସ୍ତାନରେ ହତାଶ ହେଲେ ଆମେରିକୀୟ ମହିଳା । ଯୋଡ଼େ ଛୁଆର ମାଆ, ବୟସ ୩୩ ବର୍ଷ… ହେଲେ ୧୯ ବର୍ଷୀୟ ଜଣେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ ୩୩ ବର୍ଷୀୟା ଓନିଝା ଆଣ୍ଡ୍ର୍ୟୁ ରବିନସନ୍ । କରାଚୀର ନିଦାଲ ଅହମ୍ମଦ ମେମନଙ୍କ ପ୍ରେମରେ ପଡ଼ି ଯାଇଥିଲେ ସେ । ଯେଉଁଥି ପାଇଁ ଗତବର୍, ଅକ୍ଟୋବରରୁ ସେ ନ୍ୟୁୟର୍କରୁ ଆସି କରାଚୀରେ ପହଞ୍ଚିଥିଲେ । ହେଲେ ବିବାହ ପ୍ରସ୍ତାବକୁ ନିଦାଲ ଏବଂ ତାଙ୍କ ପରିବାର ଅଗ୍ରାହ୍ୟ କରିଦେଲେ । ନିଦାଲଙ୍କ ଘର ଦୁଆର ମୁହଁରେ ଦିନ ଦିନ ଧରି ବସି ରହିଲେ, ହେଲେ କିଛି ଲାଭ ହେଲାନି । ନିଦାଲଙ୍କୁ ବାହା ହୋଇ ଦୁବାଇ ଯାଇଥାନ୍ତେ କିମ୍ବା ଦୁବାଇ ନେଇଯାଇ ସେଠାରେ ବାହା ହୋଇଥାନ୍ତେ । କିନ୍ତୁ କିଛି ହୋଇପାରିଲା ନାହିଁ ।
ପାକିସ୍ତାନୀ ୟୁଟ୍ୟୁବର୍ ତଥା ସାମାଜିକ କର୍ମୀ, ଜାଫର୍ ଆବ୍ବାସ ରବିନସନଙ୍କ ଘଟଣା ସାମ୍ନାକୁ ଆଣିବା ପରେ ପଞ୍ଜାବ ସରକାର, ଏକ୍ସପାରି ହୋଇ ଯାଇଥିବା ରବିନସନଙ୍କ ଭିସା ଅବଧି ୧୫ ଦିନ ବଢ଼ାଇଛନ୍ତି । ଆମେରିକା ଫେରିଯିବା ପାଇଁ ଏୟାର୍ ଟିକେଟ ମଧ୍ୟ କରି ଦେଇଛନ୍ତି । ଓନିଝା ରବିନସନଙ୍କୁ ବୁଝାଶୁଝା କରାଇବା ପରେ ସେ ଆମେରିକା ଫେରିଯିବାକୁ ରାଜି ହୋଇଛନ୍ତି । ନିଦାଲଙ୍କୁ ବାହା ହେବାକୁ ନ୍ୟୁୟର୍କରୁ କରାଚୀ ଆସିଥିଲେ ଓନିଜା ରବିନ ସନ୍ । ହେଲେ କହୁଛନ୍ତି ସେମାନଙ୍କର ବାହାଘର ସରିଛି । କେବଳ ଦୁବାଇ ଯାଇ ସେଠାରେ ନୂଆ ପରିବାର ଆରମ୍ଭ କରିବା ବାକି ରହିଛି ।
ପାକିସ୍ତାନରେ ରହିଥିବା ଭିତରେ ନିଦାଲଙ୍କ ପରିବାରଠାରୁ ସପ୍ତାହକୁ ୩ ହଜାର ଡଲାର୍ ଦାବି କରିଥିଲେ ଓନିଝା ରବିନସନ୍। ଖାଲି ସେତିକି ନୁହେଁ, ପାକିସ୍ତାନ ସରକାର ତାଙ୍କୁ ଲକ୍ଷେ ଡଲାର୍ ଦେବାକୁ ସେ ପ୍ରଥମେ ଦାବି କରିଥିଲେ । ପରେ ପୁଣି ୨୦ ହଜାର ଡଲାର୍ ଦାବି କରିଛନ୍ତି । ଏତେ ଟଙ୍କା କଣ କରିବେ ବୋଲି ପାକିସ୍ତାନ କର୍ତ୍ତୃପକ୍ଷ ତାଙ୍କୁ ପଚାରି ଥିବା ବେଳେ ଓନିଜା କିନ୍ତୁ କହିଛନ୍ତି, ସବୁ କଥା କହିବାକୁ ତାଙ୍କ ଧର୍ମ ତାଙ୍କୁ ଅନୁମତି ଦେଉନି । ସୋସିଆଲ୍ ସାଇଟ୍ରେ ଓନିଝା ରବିନସନଙ୍କ ଖବର ଆସିବା ମାତ୍ରେ, ନ୍ୟୁୟର୍କରୁ ତାଙ୍କ ପୁଅ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତାଙ୍କ ମଆ ମାନସିକ ସ୍ତରରେ ଠିକ ନାହାନ୍ତି, ସେ ବାଇପୋଲାର୍ ଆକ୍ରାନ୍ତ ବୋଲି କହିଛନ୍ତି ଓନିଝା ରବିନସନଙ୍କ ପୁଅ ଜେରେମିହା ରବିନସନ୍ । ଏହା ଜାଣିବା ପରେ ପାକିସ୍ତାନ କର୍ତ୍ତୃପକ୍ଷ କରାଚୀସ୍ଥିତ ଏକ ମେଣ୍ଟାଲ ହସ୍ପିଟାଲରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ କରାଇଛନ୍ତି । ଶେଷରେ ଆମେରିକା ଫେରିଯିବାକୁ ରାଜି ହୋଇଛନ୍ତି ଓନିଝା ରବିନସନ୍ ।
Comments are closed.