Latest Odisha News

ପୁରୁଷ ୧୦୦ ମିଟର ରେସ ଜିିତିଲେ ଆମେରିକାର ଲାୟଲ୍ସ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଆମେରିକାର ଆଥଲେଟ ନୋଆ ଲାୟଲ୍ସ ପୁରୁଷ ୧୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଲାୟଲ୍ସ ଜାମାଇକାର କିଶାନ ଥମ୍ପସନଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ଆମେରିକାର ଫ୍ରେଡ କର୍ଲି ବ୍ରୋଞ୍ଜ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଇଟାଲୀର ଜ୍ୟାକବ ମାର୍ସେଲ ୫ମ ସ୍ଥାନରେ ରହିଛନ୍ତି । ଜଷ୍ଟିନ ଗ୍ୟାଟଲିନଙ୍କ ପରେ ଲାୟଲ୍ସ ୧୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଆଥଲେଟ । ଗ୍ୟାଟଲିନ ୨୦୦୪ ଏଥେନ୍ସ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଲାୟଲ୍ସ ୯.୭୮୪ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ । ଲାୟଲ୍ସ ଓ ଥମ୍ପସନଙ୍କ ମଧ୍ୟରେ ମାତ୍ର ୦.୫ ସେକେଣ୍ଡ ସମୟ ବ୍ୟବଧାନ ରହିଥିଲା ।

ରେସ ସମ୍ପୂର୍ଣ୍ଣ ହେବା ପରେ ଫଳାଫଳ ଘୋଷଣା ପାଇଁ ବେଶ କିଛି ସମୟ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡିଥିଲା । ଲାୟଲ୍ସ ଗତ ବର୍ଷ ବିଶ୍ୱ ଚାମ୍ପିୟନଶିପରେ ୧୦୦ ଓ ୨୦୦ ମିଟରରେ ଚାମ୍ପିୟନ ହୋଇଥିଲେ । ଚାମ୍ପିୟନଶିପ ପୂର୍ବରୁ ସେ ୨୦୦ ମିଟର ବିଶ୍ୱରେକର୍ଡ ଭଙ୍ଗ କରିବେ ବୋଲି ଦୃଢ଼ତା ସହକାରେ କହିଥିଲେ । ତେବେ ସେ ଉସେନ ବୋଲ୍ଟଙ୍କ ରେକର୍ଡ ଭାଙ୍ଗି ପାରି ନାହାନ୍ତି । ସେ ୧୯.୫୨ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ । ବୋଲ୍ଟ ୧୯.୧୯ ସେକେଣ୍ଡ ସମୟ ନେଇଥିଲେ । ଏହି ବିଶ୍ୱରେକର୍ଡ ଏବେ ବି ଅତୁଟ ରହିଛି ।

Comments are closed.