ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ
ଆମେ ବ୍ୟାକରଣ ବିଷୟରେ ଆଲୋଚନା କରୁଛେ। ଆଜି କ୍ରିୟା କଥା କହିବା। କ୍ରିୟାର ଅର୍ଥ କାମ। ଇଂରାଜୀ ବ୍ୟାକରଣରେ ଏହାକୁ ଭର୍ବ ( verb)କୁହାଯାଏ। ଏହାର ଭୂମିକା ବାକ୍ୟରେ ଓ ବ୍ୟାକରଣରେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ । କ୍ରିୟା କଣ ଏହାକୁ ଟିକେ ସରଳ ଭାଷାରେ ବୁଝିବା।
ଯେଉଁ ପଦ ବର୍ତ୍ତମାନ , ଅତୀତ ଓ ଭବିଷ୍ୟତ ସମୟର କୌଣସି କାମ କରାଯାଉଥିବାର , କରାଯାଇଥିବାର , କରାଯିବାକୁ ଥିବାରକୁ ବୁଝାଏ ତାକୁ କହନ୍ତି କ୍ରିୟା ପଦ। ବାକ୍ୟରେ କର୍ତ୍ତା ଓ କ୍ରିୟା ସର୍ବଦା ଭୂମିକା ଦୃଷ୍ଟିରୁ ଉଲ୍ଲେଖଯୋଗ୍ୟ। କର୍ତ୍ତା ଜାହାକରେ ତାହା କ୍ରିୟା । ବାକ୍ୟରେ ଯେଉଁ ପଦ କୌଣସି କାମ କରାଯାଉଥିବାର ସୂଚନା ଦିଏ ତାହା କ୍ରିୟା ପଦ।
ପ୍ରତ୍ୟେକ କ୍ରିୟାପଦର ମୂଳ ଥାଏ। ଏହି କ୍ରିୟା ମୂଳଗୁଡ଼ିକୁ ଆମେ ଧାତୁ କହୁ। ଶୋ , ବସ, କର, ଖେଳ, ପ୍ରଭୃତି ଗୋଟିଏ ଗୋଟିଏ ଧାତୁ। ଏଥିରେ ପ୍ରତ୍ୟୟ ଯୋଗ ହୋଇ କ୍ରିୟାପଦ ତିଆରି ହୁଏ। ଯେମିଟିକି ଶୋଇଲା , ବସିଲା, ଖେଳିଲା, ପଢ଼ିବ ଇତ୍ୟାଦି। କ୍ରିୟାମୂଳଗୁଡ଼ିକୁ ଆମେ ଧାତୁ କହୁ। ଏହା ସ୍ୱତନ୍ତ୍ର ଭାବେ କ୍ରିୟା ହୋଇପାରେ ନାହିଁ। ଏଥିରେ ପ୍ରତ୍ୟୟ ଯୋଗ ହେଲେ ଏହା କ୍ରିୟାରେ ପରିଣତ ହୁଏ।
ବର୍ତ୍ତମାନ, ଅତୀତ , ଭବିଷ୍ୟତ କାଳର କ୍ରିୟା ପ୍ରତ୍ୟୟଗୁଡ଼ିକ ପୁରୁଷ ଓ ବଚନ ଦ୍ୱାରା ଅଲଗା ଅଲଗା ହୋଇଥାଏ। କ୍ରିୟାକୁ ଆମେ ସାଧାରଣ ଭାବରେ ଦୁଇ ଭାଗରେ ବିଭକ୍ତ କରିପାରିବା। ଯଥା : ସକର୍ମକ କ୍ରିୟା ଓ ଅକର୍ମକ କ୍ରିୟା । ଯେଉଁ କ୍ରିୟାର କାମ ଥାଏ ତାହା ସକର୍ମକ କ୍ରିୟା ଓ ଯେଉଁ କ୍ରିୟାର କାମ ନଥାଏ ତାହା ଅକର୍ମକ କ୍ରିୟା।
ସଂକ୍ଷେପରେ କହିଲେ , କର୍ମଯୁକ୍ତ କ୍ରିୟା ସକର୍ମକ କ୍ରିୟା ଇ କର୍ମବିହୀନ କ୍ରିୟା ଅକର୍ମକ କ୍ରିୟା ।
ଉଦାହରଣ ସ୍ୱରୂପ : ଦିଲ୍ଲୀପ ବହି ପଢ଼ୁଛି। କୁହୁ ଗୀତ ଗାଉଛି। ସମ୍ବିତ ଗିଟାର ବଯାଉଛି। ଏ ତିନୋଟି ଯାକ ବାକ୍ୟ ସକର୍ମକ କ୍ରିୟାର ଉଦାହରଣ। ତେବେ କଲିମ ଶୋଇଛି। ମମତା ଥରୁଛି । ପୁଷ୍ପା ପହଁରୁଛି । ଏ ତିନୋଟି ବାକ୍ୟ ଅକର୍ମକ କ୍ରିୟା। ବାକ୍ୟ ତିନୋଟିରେ କଲିମ, ମମତା ଓ ପୁଷ୍ପା କର୍ତ୍ତା ଏବଂ ଶୋଇଛି, ଥରୁଛି, ପହଁରୁଛି କ୍ରିୟା । ଏ କ୍ରିୟା ଅକାର୍ମକ କ୍ରିୟା ପୂର୍ବ ତିନୋଟି ବାକ୍ୟରେ ଦିଲ୍ଲୀପ, କୁହୁ , ସମ୍ବିତ ଥିଲେ କର୍ତ୍ତା। ତେବେ ପଢ଼ୁଛି , ଗାଉଛି, ବଜଉଛି ସହ ଯୋଡ଼ି ହୋଇଥିଲା । ବହି, ଗୀତ ଓ ଗୀଟାର ଯଥାକ୍ରମେ ଏହି କ୍ରିୟା ବା କାମ ସହ ଯୋଡ଼ା ହୋଇଛି। ଏହା ସକର୍ମକ ବା କର୍ମଯୁକ୍ତ କ୍ରିୟା।
ସକର୍ମକ ଓ ଅକର୍ମକ ଭଳି ଆମେ କ୍ରିୟାକୁ ଆହୁରି ଭାଗ କରିପାରିବା। ଯେମିତିକା ସମାପିକା କ୍ରିୟା, ଅସମାପିକା କ୍ରିୟା । ଆମେ ଦେଖିବା କେଉଁ ଯେଉଁ କ୍ରିୟାରେ କାମଟି ସରି ଯାଇଥିବାର ସୂଚନା ଥାଏ ତାହା ସମାପିକା କ୍ରିୟା। ଯେଉଁ କ୍ରିୟାରେ କାମଟି ସରି ନଥିବାର ସୂଚନା ଥାଏ ତାହା ଅସମାପିକା କ୍ରିୟା । ଯେମିତିକି ଖାଇଲା, କହିଲା, ହସିଲା , ବସିଲା ଏସବୁ ସମାପିକା କ୍ରିୟା ଏବଂ ଖାଇ, ବସି, କହି ଏସବୁ ସମାପିକା କ୍ରିୟା।
ଓଡ଼ିଆ ବ୍ୟାକରଣରେ ଆଉ ଗୋଟିଏ ପ୍ରକାର କ୍ରିୟା ଅଛି । ତାହା ହେଲା ପ୍ରେରଣାର୍ଥକ କ୍ରିୟା। ଏଥିରେ କାମଟି କର୍ତ୍ତା ନିଜେ ନକରି ଅନ୍ୟ ଦ୍ୱାରା କରାଇଥାଏ। ଉଦାହରଣ ସ୍ଵରୂପ ପିଲାଟି ଖାଉଛି। ମା ପିଲାକୁ ଖୁଆଉଛି। ପ୍ରଥମ ବାକ୍ୟରେ ପିଲା କର୍ତ୍ତା, ଖାଉଛି, କ୍ରିୟା। ଆର ବାକ୍ୟରେ ମା ଦ୍ୱାରା କାମଟି ହେଉଛି। ଖୁଆଉଛି ଏଠାରେ ପ୍ରେରଣାର୍ଥକ କ୍ରିୟା ।
କରାଏ, କରାଇଲା, କୁହାଇବ, ଧରାଇଲା ଲେଖାଉଛି ଜଣାଇଲା ଆଦି ପ୍ରେରଣାର୍ଥକ କ୍ରିୟାର ଉଦାହରଣ। ଏସବୁ ବିଭାଗ ଓ ଉଦାହରଣରୁ ଆମେ ଜାଣିଲେ ଯେ କ୍ରିୟା ହେଉଛି ଧାତୁର ଅର୍ଥ ସୂଚକ ପଦ। ଆମେ ଓଡ଼ିଆରେ ଆଉ ଗୋଟିଏ କ୍ରିୟା ଦେଖୁ । ତାହା ହେଲା ଭାବସମ୍ପନ୍ନକାରୀ କ୍ରିୟା। ଯେମିତିକି ତୁମେ ଘରକୁ ଯିବା ଉଚିତ । ମୁଁ ଭୋଜିକୁ ନଯିବା ଭଲ ।
ବାକ୍ୟ ଗଠନ ଭିତ୍ତିରେ ବାକ୍ୟରେ କର୍ତ୍ତା ଓ କର୍ମ ସହ ଠିକ, ଭଲ, ଉଚିତ, ଦରକାର ଆଦି କେତେକ ଶବ୍ଦକୁ ଭାବସମ୍ପନ୍ନକାରୀ କ୍ରିୟା ଭାବରେ ବ୍ୟବହାର କରାଯାଇଥାଏ। କର୍ତ୍ତୁବାଚ୍ୟ ଓ କର୍ମବାଚ୍ୟ କ୍ରମରେ ଆମ ଓଡ଼ିଆ ବାକ୍ୟକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ। କର୍ତ୍ତୁବାଚ୍ୟ ଓ କର୍ମବାଚ୍ୟ ଭେଦରେ ଓଡ଼ିଆ କ୍ରିୟାର ମାଧ୍ୟ ଗଠନ ଭେଦ ରହିଛି। ଓଡ଼ିଆରେ ମୂଳ ଧାତୁରେ ପ୍ରତ୍ୟୟ ଯୋଗ ହୋଇ ବିଭିନ୍ନ କ୍ରିୟାର ଧାତୁମୂଳ ଗଠନ କରାଯାଏ। କ୍ରିୟାପଦ ଗଠନରୁ ମଧ୍ୟ କର୍ତ୍ତୁବାଚ୍ୟ ଓ କର୍ମବାଚ୍ୟ ବାକ୍ୟକୁ ଜାଣିବା ବି ସହଜ ହୋଇଥାଏ। ଓଡ଼ିଆ ବାକ୍ୟରେ ଦୁଇଟି ମୁଖ୍ୟ ଭାଗ ଥାଏ । ଯଥା : କର୍ତ୍ତାଭାଗ ଓ କ୍ରିୟାଭାଗ।
କର୍ତ୍ତା ଭାଗରେ ବିଶେଷ୍ୟ, ବିଶେଷଣ ଓ ସର୍ବନାମ ଯୁକ୍ତ ହେଉଥିବା ବେଳେ କ୍ରିୟା ଭାଗରେ ଥାଏ କାଳ, ଭାବ, ବଚନ ଓ ପୁରୁଷ ଇତ୍ୟାଦି। ଓଡ଼ିଆ ଭାଷାର ଗଢ଼ଣ ଓ ପ୍ରୟୋଗରେ କ୍ରିୟା ସର୍ବଦା ଗୁରୁତ୍ୱପୂର୍ଣ୍ଣ।
Comments are closed.