Latest Odisha News

ଇଣ୍ଟରସେପ୍ଟର ମିଜାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟରସେପ୍ଟର ମିଜାଇଲ ପରୀକ୍ଷଣ କରାଯାଇଛି । ଆଜି ଅପରାହ୍ନ ୪ଟା ୨୫ ମିନିଟ ସମୟରେ ମିଜାଇଲର ବ୍ୟବହାରିକ ପରୀକ୍ଷଣ ହୋଇଥିଲା। ପ୍ରଥମେ ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡରୁ ପୃଥ୍ୱୀ-୨ ଉତ୍ କ୍ଷେପଣ କରାଯାଇଥିଲା। ଏହାର କିଛି ସମୟ ପରେ ଇଣ୍ଟରସେପ୍ଟର ମିଜାଇଲ ଉତ୍ କ୍ଷେପଣ କରାଯାଇଥିଲା।

୨୩୦ କିଲୋମିଟର ପର୍ଯ୍ୟନ୍ତ ଏହି ମିସାଇଲ ଲକ୍ଷ୍ୟଭେଦ କରିପାରିବ। ତେବେ ଟାର୍ଗେଟକୁ ସଫଳତାର ସହିତ ଲକ୍ଷ୍ୟଭେଦ କରିଥିବା ସୂଚନା ମିଳିଛି । ଏହି କ୍ଷେପଣାସ୍ତ୍ର ଶତ୍ରୁମାନଙ୍କୁ ସୀମା ନିକଟରୁ ଅତି ସହଜରେ ନଷ୍ଟ କରିଦେଇପାରିବ । ଏହି ପ୍ରଳୟ କ୍ଷେପଣାସ୍ତ୍ର ହେଉଛି ଏକ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର । ଏହାର ପରିସର ୧୫୦ ରୁ ୫୦୦ କିଲୋମିଟର । ବିପର୍ଯ୍ୟର ଗତି ଘଣ୍ଟାପ୍ରତି ୧୨୦୦ କିଲୋମିଟର ହେଲେ ଏହାର ଗତି ଘଣ୍ଟାପ୍ରତି ୨୦୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ ।

Comments are closed.