ବିଡେ:ମହାରାଷ୍ଟ୍ରର ବିଡେ ଜିଲାର ଉଷା ଜଗଦଲେ ଏବେ ଚର୍ଚ୍ଚାରେ । ତାଙ୍କୁ ସମ୍ପୃକ୍ତ ଅଂଚଳରେ ୱାଇର ଓମେନ ଓ ବିଜୁଳି କନ୍ୟା ବୋଲି ଡାକୁଛନ୍ତି । ଯଦି କୌଣସି ସ୍ଥାନରେ ବିଜୁଳି ସମସ୍ୟା ଦେଖା ଦେଲେ ସେ ସଙ୍ଗେ ସଙ୍ଗେ ସେଠାରେ ପଂହଚି ବିନା ସିଡିରେ ଖୁଟିଂରେ ଚଢ଼ି ଯାଉଛନ୍ତି । ଅଳ୍ପ ସମୟ ମଧ୍ୟରେ କନେକ୍ସନ ଠିକ୍ କରି ତଳକୁ ଓହ୍ଲାଇ ଆସୁଛନ୍ତି । ସେ ମହାରାଷ୍ଟ୍ର ଇଲେକଟ୍ରିସିଟି ଡିର୍ଷ୍ଟୁବୁଶନ କମ୍ପାନୀରେ ଲାଇନ ଓମେନ ଭାବେ କାର୍ଯ୍ୟରତ ।
ସେ ଜଣେ ଭଲ ଖେଳାଳି ମଧ୍ୟ । ମହାରାଷ୍ଟ୍ର ପକ୍ଷରୁ ଖୋଖୋ ଖେଳିଛନ୍ତି । ଜାତୀୟ ସ୍ତରରେ ୧୧ ସ୍ୱର୍ଣ୍ଣ ପଦକ ଜିତିଥିବା ଉଷା ସ୍ପୋର୍ଟ୍ସ କୋଟାରେ ଚାକିରି ପାଇଥିଲେ । ସୋସିଆଲ ମିଡିଆରେ ତାଙ୍କ ଫଟୋ ଓ ଭିଡିଓ ଛଡା ଯିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି । ସେ ଆବଶ୍ୟକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ତାଙ୍କ ହିତକାଂକ୍ଷୀମାନେ କହିଛନ୍ତି ।
Comments are closed.