Latest Odisha News

ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ

ପୁରୀ : ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ । ବିଭିନ୍ନ ଐତିହ୍ୟ ସ୍ଥଳୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି ଅନ୍ତେବାସୀ । ଆଜି ନୀଳାଦ୍ରି ବେଳାଭୂମିରୁ ବାଳାଶ୍ରମର ୩୦ ଜଣ ଅନ୍ତେବାସୀ ଗଲ୍ଫକାର୍ଟ ମାଧ୍ୟମରେ ପୁରୀ ମାତାମଠରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କୁ ଭକ୍ତିଯୋଗ ସଂପର୍କରେ ଧାରଣା ଦିଆଯାଇଥିଲା । ଏହାପରେ ସମସ୍ତ ଅନ୍ତେବାସୀ ଶଙ୍କରାଚାର୍ଯ୍ୟ ମଠ ଦେଇ ତୋଟା ଗୋପିନାଥ, ଜିଆର ସ୍ବାମୀ ମଠ, ବାଉଳି ମଠ ବୁଲି ଦେଖିବା ସହ ଐତିହ୍ୟସ୍ଥଳୀ ସଂପର୍କରେ ପଚାରି ବୁଝିଥିଲେ ।

ବିଭିନ୍ନ ଐତିହ୍ୟସ୍ଥଳୀ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ତତ୍ତ୍ବାବଧାନରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ହେରିଟେଜ୍ ରାଇଡରେ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି । ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ବାଳାଶ୍ରମ ସୁପରିଟେଣ୍ତେଣ୍ଟ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ, ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତାଙ୍କ ସହ ବେୟାରଫୁଟ ଅନୁଷ୍ଠ‍ାନର ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ତେବାସୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Comments are closed.