Latest Odisha News

BREAKING NEWS

ଭରଚୁଆଲ ମୋଡ଼ରେ ଉତ୍କଳ ଦିବସ ପାଳିତ

ମୁମ୍ବାଇ : ପ୍ରବାସୀ ସାହିତ୍ୟ ସମ୍ଭାର ମୁମ୍ବଇ ଏବଂ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ(ମୋୱା) ମିଳିତ ଉଦ୍ୟମରେ  ଭରଚୁଆଲ ମୋଡ଼ରେ ଉତ୍କଳ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରୁଦ୍ରରୁପା ବ୍ରହ୍ମାଙ୍କ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରୁ ଆରମ୍ଭ ହୋଇଥିଲା ପରେ ପରେ ମୋୱାର ସଭାପତି ଭଗବାନ ପଣ୍ଡା ଶ୍ରୀଜଗନ୍ନାଥଙ୍କ ମନ୍ତ୍ରପାଠ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ର ଅବସରପ୍ରାପ୍ତ ନିର୍ଦ୍ଦେର୍ଶିକା ଡ଼ଃ ତମସା ରାଣୀ ଦାସମହାପାତ୍ର,ବିଶିଷ୍ଟ ସାହିତ୍ୟିକ ,ମନସ୍ତତ୍ତ୍ଵବିଦ ଡ଼ଃ ହର ପ୍ରସନ୍ନ ଦାସ, ଭାଷା ତତ୍ତ୍ୱବିଦ ଡ଼ଃ ଡ଼ଃ ଦେବାଶିଷ ମହାପାତ୍ର , ଦିଲ୍ଲୀରୁ ପ୍ରକାଶିତ ସମ୍ପକ ଓଡିଶାର ସମ୍ପାଦକ ଅକ୍ଷୟ କୁମାର ଓଝା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁମ୍ବାଇରୁ ପ୍ରକାଶିତ ‘ମୁମ୍ବାଇ ଉତ୍କଳ ସୁରଭି’ ଉନ୍ମୋଚିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ପରିମିତା ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଅରୁଣ କୁମାର ମହାପାତ୍ର , ଡ଼ଃ. ଅରୁନ୍ଧତୀ ମହାନ୍ତି, ସ୍ନେହ ମିଶ୍ର , ଲତା ତେଜେଶ୍ଵର , ବିନୟ ପାଣିଗ୍ରାହୀ କବିତା ପାଠ କରିଥିଲେ। ସୁଜାତା ମାହାପାତ୍ରଙ୍କ ଗପ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କ ହୃଦୟ ଜିଣିଥିଲା। ଶେଷରେ ଗୀତା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.