Latest Odisha News

BREAKING NEWS

ମଦ ନମିଳିବାରୁ ଜେଲରେ ଉତ୍ପାତ କଲେ ହତ୍ୟାକାରୀ ପ୍ରେମିକ ପ୍ରେମିକା; ଜେଲର ଦେଖି ଛାନିଆ

ଲକ୍ଷ୍ନୌ: ଉତ୍ତରପ୍ରଦେଶେ ଏକ ଜେଲରେ ତାଜୁବ କଲା ଭଳି ଘଟଣା ଦେଖିବାକୁ ମିଳିଛି। ହତ୍ୟା ଅଭିଯୋଗରେ ଜେଲରେ ଥିବା ଦୁଇ ପ୍ରେମିକ ପ୍ରେମିକା ଡ୍ରଗ୍ସ ନେଇ ପାରୁନଥିବାରୁ ଜେଲରେ ଉତ୍ପାତ କରିଛନ୍ତି । ଏମିତିକି ସେମାନେ ଡ୍ରଗ୍ସ ନେଇ ପାରୁନଥିବାରୁ ତିନି ଦିନ ଧରି ଶୋଇପାରି ନାହାଁନ୍ତି। କୁହାଯାଉଛି ଯେ ସେମାନଙ୍କୁ ଡ୍ରଗ୍ସ ଓ ମଦ ନ ମିଳିବା ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଛି।

ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ମୁସ୍କାନ୍ ଓ ସାହିଲ ନଶା ସେବନ କରୁଥିଲେ। ହେଲେ ହତ୍ୟା ମାମଲାରେ ସେମାନେ ଜେଲରେ ରହିଲେ, ସେଠାରେ ସେମାନଙ୍କୁ ଆଉ ନିଶା ସେବନ କରିବାକୁ ମିଳିନଥିଲା। ଏହାପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଥଲା। ଏପରି ସ୍ଥିତି ଦେଖି ଜେଲରେ ଥିବା ଡାକ୍ତରମାନେ ସେମାନଙ୍କର ଚିକିତ୍ସା କରିଥିଲେ। ଏମିତିକି ସେମାନଙ୍କୁ ଔଷଧ ମଧ୍ୟ ଦିଆଯାଇଥିଲା, ହେଲେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। କେବଳ ଏତିକି ନୁହେଁ ସେମାନେ ମଦ ଆଣିବାକୁ ଜିଦ୍ କରିବା ସହ ଏମିତି ଚିତ୍କାର କରିଥିଲ୍ ଯେ ଜେଲ୍ କତ୍ତୃପକ୍ଷ ଦ୍ୱନ୍ଦ୍ୱରେ ପଡିଯାଇଥିଲେ। ହେଲେ ଜେଲରେ ଏପରି ନିୟମ ନଥିବାରୁ ବର୍ତ୍ତମାନ ଉଭୟଙ୍କୁ ପୋଲିସ ନଜରରେ ରଖିଛି।

ଜେଲର ବରିଷ୍ଠ ଅଧୀକ୍ଷକ ବୀରେଶ ରାଜ ଶର୍ମା କହିଛନ୍ତି ଯେ, ଉଭୟ ବନ୍ଦୀଙ୍କୁ ଜେଲ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ସେମାନଙ୍କୁ ଏଥିପାଇଁ ଚିକିତ୍ସା କରିବା ସହ ଔଷଧ ମଧ୍ୟ ଦେଇଥିଲେ। ହେଲେ ସେମାନେ କିନ୍ତୁ ଜିଦ୍ ଧରିଛନ୍ତି ଯେ ତାଙ୍କୁ ମଦ ଓ ଡ୍ରଗ୍ସ ଦିଆଯାଉ। ଏଥିପାଇଁ ସେମାନେ ଖାଦ୍ୟ ଓ ପାନୀୟ ମଧ୍ୟ ଗ୍ରହଣ କରୁନାହାନ୍ତି। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ସାହିଲ ଓ ମୁସ୍କାନ୍ ନିୟମିତ ନଶା ସେବନ କରୁଥିଲେ। ଡ୍ରଗ୍ସ, ମଦ ଓ ବିୟର ପିଇବା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଥିଲା। ନିଶା ସେବନ କରି ସେମାନେ ସୌରଭଙ୍କ ଛାତିରେ ଛୁରୀ ଭୁସି ଦେଇଥିଲେ ଏବଂ ଗଳା ମଧ୍ୟ କାଟି ଅଲଗା କରିଦେଇଥିଲେ। ସାହିଲଙ୍କ ଘରୁ ଅନେକ ଖାଲି ବିୟର ବୋତଲ ମଧ୍ୟ ଜବତ କରାଯାଇଥିଲା।

ମୁସ୍କାନ ଓ ତାର ପ୍ରେମିକା ଶିମଲା ଓ କସୋଲକୁ ବୁଲିବାକୁ ଯାଇଥିବା ବେଳେ ଏକ କ୍ୟାବ୍ ବୁକ୍ କରିଥିଲେ। ପୋଲିସ ଉକ୍ତ କ୍ୟାବ୍ ଚାଳକଙ୍କୁ ଯୋଗାଯୋଗ କରିବା ପରେ ସେ ପୁଲିସକୁ କହିଥିଲେ ଯେ, ଉଭୟେ ରାସ୍ତାକଡ ଦୋକାନ ସହ ହୋଟେଲରୁ ମଦ ମଗାଇ ସେଠାରେ ପିଇଥିଲେ। ବୁଧବାର, ଗୁରୁବାର ଓ ଶୁକ୍ରବାର ରାତିରେ ସାହିଲ ଓ ମୁସ୍କାନ୍‌ଙ୍କୁ ନିଦ ଆସିନଥିଲା। ସେମାନେ ନିଜ ନିଜ ବ୍ୟାରାକ୍‌ରେ ରାତିସାରା ଚିତ୍କାର କରୁଥିଲେ ବୋଲି ଜେଲ କର୍ମଚାରୀମାନେ ଦେଖିଥିଲେ। ଏହି ସୂଚନା ଜେଲ ବରିଷ୍ଠ ଅଧୀକ୍ଷକଙ୍କୁ ଦିଆଯିବା ପରେ ସେ ଉଭୟ ହତ୍ୟାକାରୀଙ୍କ ସହ କଥା ମଧ୍ୟ ହୋଇଥିଲେ। ତା’ପରେ ସେମାନେ ଦୀର୍ଘ ସମୟ ଧରି ନଶା ସେବନ କରିଆସୁଥିବା କଥା ସ୍ୱୀକାର କରିଥିଲେ। ଉଭୟଙ୍କଠାରେ ଆଲକୋହଲ ବିଡ୍ରଲର ଲକ୍ଷଣ ଦେଖାଦେଇଛି। ଏହାପରେ ସେମାନଙ୍କୁ ଜେଲ ଡାକ୍ତରଖାନାକୁ ନିଆଯାଇ ତାଙ୍କର ଚିକିତ୍ସା କରିଥିଲେ। ଡାକ୍ତରମାନେ ସେମାନଙ୍କୁ ଶାନ୍ତ ରହିବା ପାଇଁ ଔଷଧ ଦେଇଥିବା ଜଣାପଡିଛି। ଏପର୍ଯ୍ୟନ୍ତ ଉଭୟଙ୍କୁ ଭେଟିବା ପାଇଁ ଜେଲରେ କୌଣସି ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ଆସିନଥିବା ଜଣାପଡିଛି।

Comments are closed.