ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପରୀକ୍ଷଣ ବା ଏକ୍ସପେରିମେଣ୍ଟ କରାଯାଏ। କେତେକ ପରୀକ୍ଷଣ ବିଷୟରେ ସମସ୍ତେ ଜାଣିଥାଆନ୍ତି, ଆଉ କିଛି ଗୋପନୀୟ ଭାବେ କରାଯାଇଥାଏ।ଯାହା ସାଧାରଣରେ ପ୍ରକାଶ ପାଏ ନାହିଁ। କୁହାଯାଏ ଯେ ୧୯୪୦ ଦଶକରେ ଏପରି ଏକ ପରୀକ୍ଷଣ ହୋଇଥିଲା, ଯାହା ବିଷୟରେ ଶୁଣିଲେ ଲୋକମାନେ ଭୟଭୀତ ହୋଇଯାଆନ୍ତି। ଏହି ପରୀକ୍ଷଣଟି ‘ରଶିଆନ୍ ସ୍ଲିପ୍ ଏକ୍ସପେରିମେଣ୍ଟ’ ନାମରେ ପରିଚିତ। ଏହି ପରୀକ୍ଷଣ ପାଇଁ ଜେଲରେ ବନ୍ଦି ଥିବା ପାଞ୍ଚ ଜଣ କଏଦୀଙ୍କ ସହ ଏକ ଚୁକ୍ତି କରାଯାଇଥିଲା। ସେମାନଙ୍କୁ କୁହାଯାଇଥିଲା ଯେ ଯଦି ସେମାନେ ଏଥିରେ ଅଂଶ ଗ୍ରହଣ କରିବେ, ତେବେ ପରୀକ୍ଷଣ ଶେଷ ହେବା ପରେ ସେମାନଙ୍କୁ ଜେଲରୁ ମୁକ୍ତ କରାଯିବ।
ସେମାନଙ୍କୁ କୁହାଯାଇଥିଲା ଯେ ଏହି ପରୀକ୍ଷଣ ପାଇଁ ସେମାନଙ୍କୁ ୩୦ ଦିନ ଧରି ଅନିଦ୍ରା ରହିବାକୁ ହେବ। କଏଦୀମାନେ ଏଥିରେ ରାଜି ହୋଇଥିଲେ। ଏହାପରେ ସେମାନଙ୍କୁ ଏକ ବାୟୁଗତିରୋଧୀ ଚାମ୍ବରରେ ବନ୍ଦ କରାଯାଇଥିଲା ଏବଂ ସେଠାରେ ଏକ ଗ୍ୟାସ୍ ଛଡ଼ାଗଲା, ଯାହା ସେମାନଙ୍କୁ ନିଦ୍ରାରୁ ଦୂରେଇ ରଖିବ ଓ ବୈଜ୍ଞାନିକମାନେ ଏହାର ପ୍ରଭାବ ଦେଖିପାରିବେ। ପ୍ରଥମେ ସବୁକିଛି ଠିକ୍ ଚାଲିଥିଲା। କଏଦୀମାନେ ପରସ୍ପର ସହ ଆରାମରେ କଥାବାର୍ତ୍ତା କରୁଥିଲେ। ବୈଜ୍ଞାନିକମାନେ ସେମାନଙ୍କ କଥାକୁ ରେକର୍ଡ କରୁଥିଲେ ଏବଂ ବାହାରୁ ସେମାନଙ୍କ ଉପରେ ନଜର ରଖୁଥିଲେ। ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ କଏଦୀଙ୍କ ଅବସ୍ଥା ସ୍ଥିର ରହିଥିଲା, କିନ୍ତୁ ତା’ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା।
କଏଦୀମାନେ ଧୀରେ ଧୀରେ ପରସ୍ପର ସହ କଥା ବନ୍ଦ କଲେ। ସେମାନେ ବସି ବସି ନିଜେ ନିଜେ କିଛି କହୁଥିଲେ। ଏହିପରି ୧୦ ଦିନ ଗଲା। ତା’ପରେ ୧୧ତମ ଦିନରେ ହଠାତ୍ ଜଣେ କଏଦୀ ଜୋରରେ ଚିତ୍କାର କରିବାକୁ ଲାଗିଲେ। ସେ ଏତେ ଜୋରରେ ଚିତ୍କାର କଲେ ଯେ ତାଙ୍କରର କଣ୍ଠ ଫାଟିଯାଇଥିଲା। ଆଶ୍ଚର୍ଯ୍ୟୟର କଥା ହେଲା, ଏହି କଏଦୀଙ୍କ ଚିତ୍କାରରେ ଅନ୍ୟ କଏଦୀଙ୍କ ଉପରେ କୌଣସି ପ୍ରଭାବ ପଡ଼ିଲା ନାହିଁ।
ପରୀକ୍ଷଣ କରୁଥିବା ବୈଜ୍ଞାନିକମାନେ କଏଦୀଙ୍କ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଦେଖିଲେ ଯେ କଏଦୀଙ୍କ ଶରୀରର ଅନେକ ଅଙ୍ଗରୁ ମାଂସ ଉଭେଇ ଯାଇଛି, କେବଳ ହାଡ଼ ଦେଖାଯାଉଛି। ସେମାନଙ୍କୁ ଦେଖି ଲାଗୁଥିଲା ଯେମିତି ସେମାନେ ପରସ୍ପରର ବା ନିଜର ମାଂସ ଖାଇଛନ୍ତି।
କଏଦୀଙ୍କର ଏପ୍ରକାର କାର୍ଯ୍ୟ ଓ ଅବସ୍ଥା ଦେଖି ବୈଜ୍ଞାନିକମାନେ ଭାବିଲେ ଯେ ସେମାନଙ୍କୁ ମାରି ଦିଆଯାଉ। ଏଥିପାଇଁ ସେମାନେ ଟିମ୍ର କମାଣ୍ଡରଙ୍କ ସହ ଆଲୋଚନା କଲେ, କିନ୍ତୁ କମାଣ୍ଡର ଏପ୍ରକାରିବାକୁ ଅନୁମତି ଦେଇନଥିଲେ। ସେ କହିଥିଲେ ପରୀକ୍ଷଣ ଜାରି ରହୁ। ତେବେ, ପରେ ଜଣେ ବୈଜ୍ଞାନିକ ନିଜେ କଏଦୀଙ୍କୁ ମାରି ଦେଲେ ଓ ପରୀକ୍ଷଣ ସହ ଜଡ଼ିତ ସମସ୍ତ ପ୍ରମାଣ ନଷ୍ଟ କରିଦେଲେ।
ଏହି କାହାଣୀ ସତ କି ମନଗଢ଼ା, ତାହା ସ୍ପଷ୍ଟ ହୋଇନାହିଁ। ତେବେ ୨୦୧୦ ମସିହାରେ ଏକ ୱେବସାଇଟରେ ଏହା ପ୍ରକାଶିତ ହୋଇଥିଲା ଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। କେତେକ ଲୋକ ଏହାକୁ ସତ୍ୟ ମାନନ୍ତି, କାରଣ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ଓ ଚୀନ୍ ଭଳି ଦେଶମାନଙ୍କରେ ମଣିଷ ଉପରେ ଅନେକ ବିପଜ୍ଜନକ ପରୀକ୍ଷଣ ହୋଇଥିଲା।
BREAKING NEWS
- Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା
- Stampede at Durga Puja pandal:ଦୁର୍ଗାପୂଜାରେ ଦଳାଚକଟା; ୧୭ ମୃତ, ୪୦ଆହତ
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ
- ବର୍ଷା ଯୋଗୁଁ ପଞ୍ଚମ ଟି-୨୦ ବାତିଲ: ୨-୨ ରେ ବରାବର ରହିଲା ଭାରତ-ୱେଷ୍ଟଇଣ୍ଡିଜ ସିରିଜ୍
- ଦୁର୍ଗାମେଢ଼ ତିଆରି କରୁଥିଲେ…ଏମିତି ଚାଲିଗଲା ଜୀବନ
- ମହାଷ୍ଟମୀ ଓ ଦଶହରା କେବେ, କେଉଁ ଦିନ କରିବେ ପୂଜା? ପୁଣି ଉପୁଜିଲା ଦ୍ୱନ୍ଦ

Comments are closed.