ଡେରାଡୁନ: ଚାମୋଲିରେ ହିମସ୍ଖଳନରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ସମସ୍ତ ଚାରି ନିଖୋଜ ଶ୍ରମିକଙ୍କ ମୃତଦେହ ମିଳିଛି। ଗତକାଲି ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଏଯାବତ ମୃତ୍ୟୁ ସଂଖ୍ୟା ଆଠରେ ପହଞ୍ଚିଛି।
ରବିବାର ସକାଳେ ବଦ୍ରିନାଥ-ମାନାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଉତ୍ତର ପ୍ରଦେଶର ସମ୍ଭଲ ଇଶାପୁରର ମହେନ୍ଦ୍ର ସିଂହ (୨୩)ଙ୍କ ପୁଅ ପବନଙ୍କୁ ଗୁରୁତର ଅବସ୍ଥାରେ ହେଲି ଆମ୍ବୁଲାନ୍ସ ଯୋଗେ ଏମ୍ସ ଋଷିକେଶକୁ ରେଫର କରାଯାଇଥିଲା। ଶନିବାର ଦିନ ଅନ୍ୟ ଜଣଙ୍କୁ ରେଫର କରାଯାଇଥିଲା।
ଫେବୃଆରୀ ୨୮ ତାରିଖରେ ଜୋଶୀମଠର ମାନା ଗାଁ ନିକଟରେ ବିଆରଓ ଶିବିରରେ ହିମସ୍ଖଳନ ହୋଇଥିଲା। ଯାହାପରେ ଶନିବାରଠାରୁ ବାୟୁସେନାର ଚିତା ହେଲିକପ୍ଟର ଚାମୋଲିର ମାନା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ହିମସ୍ଖଳନ ହେବାରୁ ୫୪ରୁ ଅଧିକ ଶ୍ରମିକ ବରଫ ତଳେ ଚାପି ହୋଇଥିଲେ। ଦୁଇ ଦିନ ଧରି ଅକ୍ଲାନ୍ତ ପରିଶ୍ରମ ପରେ ୪୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଆଜି ଅଷ୍ଟମ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଯାହାପରେ ଅପରେସନକୁ ବନ୍ଦ କରାଯାଇଛି। ଏହି ଉଦ୍ଧାର ଅଭିଯାନରେ ଆଇଟିବିପି, ଏନଡିଆରଏଫ ଓ ସେନା ହେଲିକପ୍ଟର ଆଦି ଅଂଶଗ୍ରହଣ କରିଥିଲେ।
Comments are closed.