Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ହିମସ୍ଖଳନ; ଆଲର୍ଟ ଜାରି କଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡରେ ଚାମୋଲି ଜିଲ୍ଲାର ନୀତି ଭ୍ୟାଲିର ସୀମାବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଦିନ ଏକ ହିମସ୍ଖଳନ ହୋଇଛି। ହିମସ୍ଖଳନ ସୂଚନା ମିଳିବା ପରେ ସୀମା ସଡକ ସଂଗଠନର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି। ହେଲେ ତୁଷାରପାତ ହେତୁ ସେହି ଅଞ୍ଚଳ ସହ କୌଣସି ସମ୍ପର୍କ ସ୍ଥାପନା କରାଯାଇପାରୁ ନାହିଁ।

 

ତେବେ ଏହି ସୀମା ରୋଡ୍ ସଂଗଠନ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ଶ୍ରମିକମାନେ ସେଠାରେ ରାସ୍ତା କାମ କରୁଥିଲେ। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଟୁଇଟ୍ କରି କହିଛନ୍ତି ଯେ ହିମସ୍ଖଳନ ନେଇ ଆଲର୍ଟ ଜାରି କରାଯାଇଛି।

ସେ କହିଛନ୍ତି ଯେ ସେ ସୀମା ସଡକ ସଂଗଠନ ଏବଂ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି। ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତ କହିଛନ୍ତି ଯେ ସେ ଏହି ଘଟଣାରେ ତୀକ୍ଷ୍ଣ ନଜର ରଖାଯାଇଛି।

Comments are closed.