Latest Odisha News

ପ୍ରବଳ ବର୍ଷାରେ ଭାସିଗଲା କାଠ ପୋଲ; ଫସିଛନ୍ତି ୫୦ ତୀର୍ଥଯାତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ହେଉଛି। ମଦମହେଶ୍ୱର ମନ୍ଦିର ନିକଟରେ ପ୍ରାୟ ୫୦ ଜଣ ତୀର୍ଥଯାତ୍ରୀ ଏବଂ କିଛି ସ୍ଥାନୀୟ ଲୋକ ଫସି ରହିଥିବା ଜଣାପଡ଼ିଛି।

ଅଧିକାରୀଙ୍କ କହିବାନୁସାରେ, ମାର୍କଣ୍ଡ ନଦୀ ଉପରେ ନିର୍ମିତ ଏକ ଅସ୍ଥାୟୀ କାଠ ବ୍ରିଜ୍ ଭାସିଯିବାରୁ ମନ୍ଦିରକୁ ଯିବା ଆସିବାରେ ବାଧା ସୃଷ୍ଟି ହୋଇଛି।

୧୧,୪୭୩ ଫୁଟ ଉଚ୍ଚରେ ଅବସ୍ଥିତ ମଦମହେଶ୍ୱର ମନ୍ଦିର। ଏହି ମନ୍ଦିର ଉତ୍ତରାଖଣ୍ଡର ପଞ୍ଚ କେଦାର ଗୋଷ୍ଠୀର ଏକ ଅଂଶ।

ତେବେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜଳମଗ୍ନ ସ୍ଥିତି ଉପୁଜିଛି। ରାଜସ୍ୱ ପୋଲିସ ଦଳ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ କ୍ଷୟକ୍ଷତିର ଆକଳନ କରାଯାଉଛି। ତେବେ ଲୋକଙ୍କୁ ନଦୀଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି ଅଧିକାରୀ।

 

Comments are closed.