Latest Odisha News

ଟନେଲରେ ଫସିଥିବା ଶ୍ରମିକଙ୍କ ମଧ୍ୟରୁ ୩ ଅସୁସ୍ଥ,ପଠାଗଲା ଆବଶ୍ୟକ ଔଷଧ

ଉତ୍ତରକାଶୀ: ଉତ୍ତରକାଶୀର ଟନେଲ ତଳେ ଦୀର୍ଘ ୧୪ ଦିନ ହେଲା ଫସିଥିବା ୪୧ ଶ୍ରମିକ ଏବେ ମରଣ ସହ ସଂଘର୍ଷ କରୁଛନ୍ତି । ଏମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରାଣମୂର୍ଛା ଉଦ୍ୟମ । ତଥାପି ଶ୍ରମିକଙ୍କ ପାଖରେ ପହଞ୍ଚିି ପାରୁନି ରେସ୍କ୍ୟୁ ଟିମ । ସେପଟେ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ୩ ଜଣ ଅସୁସ୍ଥ ହୋଇପଡିଛନ୍ତିି । ଏହି ତିନି ଶ୍ରମିକଙ୍କ ମୁଣ୍ଡବିନ୍ଧା ହେବା ସହ ବାନ୍ତି ଏବଂ ଛାତିରେ ଯନ୍ତ୍ରଣା ହେଉଥିବା ଜଣାଯାଇଛି ।

ତେଣୁ ସେମାନଙ୍କ ନିକଟକୁ ଡାକ୍ତର ଏକ ପାଇପ ମାଧ୍ୟମରେ ଆବଶ୍ୟକ ଔଷଧ ପଠାଇଛନ୍ତି । କିଛି ଶ୍ରମିକ ଖାଇବା ମଧ୍ୟ ବନ୍ଦ କରିଦେଇଛନ୍ତି । ଶ୍ରମିକମାନେ ସକାଳୁ ଖାଇ ନାହାଁନ୍ତି, ସେମାନେ ଚାପ ଅନୁଭବ କରୁଛନ୍ତି, ସେମାନଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରିବା ସମୟରେ ଭାବପ୍ରବଣ ହୋଇଥିଲେ । ଏଥିସହ ତୁରନ୍ତ ତିନିଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ସେହି ସ୍ଥାନକୁ ପଠାଯାଇଛିା ଯେଉଁମାନେ ବର୍ତ୍ତମାନ ଶ୍ରମିକମାନଙ୍କ ସହ କଥା ହେବେ ।

Comments are closed.