Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ସୁଡଙ୍ଗ ଭୁଶୁଡିବା ଘଟଣା: ଫସିିଥିବା ୪୦ ଶ୍ରମିକଙ୍କ ଭିତରେ ୫ ଓଡ଼ିଆ,ସମସ୍ତେ ସୁରକ୍ଷିତ

ନୂଆଦିଲ୍ଲୀ:ଉତ୍ତରାଖଣ୍ଡର ଉତ୍ତରକାଶୀରେ ରବିବାର ହୋଇଥିବା ସୁଡଙ୍ଗ ଭୁଶୁଡି ପଡିବା ଯୋଗୁ ଭିତରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଥିବା ଜଣାଯାଇଛି । ସମସ୍ତେ ସୁରକ୍ଷିତ ଅଛନ୍ତି ।  ବ୍ରହ୍ମଖାଲ-ଯମୁନେତ୍ରୀ ରାଷ୍ଟ୍ରୀୟ ରାଜମାର୍ଗରେ ଏକ ନିର୍ମାଣାଧୀନ ସୁଡଙ୍ଗ ଭୁଶୁଡି ପଡିଛି । ଫଳରେ ୨୪ ଘଣ୍ଟାରୁଅଧିକ ସମୟ ଧରି ୪୦ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି । ଇତିମଧ୍ୟରେ ୪୦ ମିଟର ରାସ୍ତା ସଫା ହୋଇ ପାରିଛି । ଆହୁରି ୩୦ରୁ ୩୫ ମିଟର ରାସ୍ତା ସଫା ହେଲା ପରେ ଶ୍ରମିକମାନେ ବାହାରକୁ ଆସିବା ସମ୍ଭବ ହେବ ।

ସୁଡଙ୍ଗ ଭିତରୁ ଧ୍ୱଂସସ୍ତୁପ ହଟାଇବା କାମ ଜୋରଦାର ଚାଲିଛି । ଉତ୍ତରକାଶୀ ପୋଲିସ ଅଧିକ୍ଷକଙ୍କ କହିବା ଅନୁଯାୟୀ, ଏନଡିଆରଏଫ, ଏସଡିଆରଏଫ, ପୋଲିସ ସମସ୍ତେ ଉଦ୍ଧାରକାମରେ ଲାଗିଛନ୍ତି । ଧ୍ୱଂସଗଦାକୁ ହଟାଇବା ପାଇଁ ହେଭି ଏକ୍ସକାଭେଟର ଲାଗିଛି । ୱାକିଟକି ମାଧ୍ୟମରେ ଫସିରହିଥିବା ଶ୍ରମିକଙ୍କ ସହ ଯୋଗାଯୋଗ ହୋଇ ପାରିଛି । ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ଟନେଲ ପାଣିପାଇଁ ଲାଗିଥିବା ପାଇପଲାଇନରେ ଅକ୍ସଜେନ ଯୋଗାଇ ଦିଆ ଯାଉଛି । ଏଥିସହିତ ଏହି ପାଇପ ଲାଇନ ଜରିଆରେ ଶ୍ରମିକମାନଙ୍କ ପାଖକୁ ଚଣାପ୍ୟାକେଟ ମଧ୍ୟ ପଠାଯାଇଛି ।

ଟନେଲରେ ବିହାରର ୪ ଜଣ, ଉତ୍ତରାଖଣ୍ଡର ୨ ଜଣ, ୟୁପିର ୮ଜଣ, ଓଡ଼ିଶାର ୫ଜଣ, ଝାରଖଣ୍ଡର ୧୫ ଜଣ, ଆସାମର ୨ ଜଣ, ହିମାଚଳପ୍ରଦେଶର ଜଣେ ଶ୍ରମିକ ଫସି ରହିଛନ୍ତି ।

Leave A Reply

Your email address will not be published.