ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ନୋଏଡାରେ ଅନଲାଇନ୍ ଠକେଇର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ସାଇବର ଠକ ନୋଏଡ଼ାର ସେକ୍ଟର ୧୧ରେ ରହୁଥିବା ବ୍ୟବସାୟୀ ନୀତିନ ପାଣ୍ଡେଙ୍କୁ ଫରେକ୍ସ ବାଣିଜ୍ୟରେ ବିପୁଳ ଲାଭର ପ୍ରତିଶ୍ରୁତି ଦେଇ ୨ କୋଟି ଟଙ୍କା ଠକି ନେଇଛନ୍ତି। ପ୍ରଥମେ ମହିଳା ଜଣକ ଫେସବୁକରେ ସୁନେହା ଶର୍ମା ନାମରେ ରିକୁଏଷ୍ଟ ପଠାଇ ବ୍ୟବସାୟୀଙ୍କ ସହ ଯୋଗାଯୋଗ କରିଥିଲେ। ମହିଳା ଜଣକ ନିଜକୁ ଜବଲପୁରର ବାସିନ୍ଦା ବୋଲି ପରିଚୟ ଦେଇଥିଲେ। ସାଧାରଣ କଥାବାର୍ତ୍ତା ପରେ, ଦୁଇଜଣ ନିୟମିତ ଭାବରେ ଚାଟିଂ କରିବା ଆରମ୍ଭ କରିଥିଲେ । ପ୍ରାୟ ୧୦ ଦିନର ଯୋଗାଯୋଗ ପରେ, ମହିଳା ଜଣକ ନୀତିନଙ୍କୁ FINALTO ନାମକ ଏକ ଫୋରେକ୍ସ ଟ୍ରେଡିଂ ପ୍ଲାଟଫର୍ମରେ ନିବେଶ କରିବାକୁ ପରାମର୍ଶ ଦେଲେ।
ନୀତିନ ବିଶ୍ୱାସ କରି ପ୍ରଥମେ, ୫୦,୦୦୦ ର ପ୍ରାରମ୍ଭିକ ନିବେଶ କରିଥିଲେ। ଟଙ୍କା ବିନିଯୋଗ ହେବା ମାତ୍ରେ, ମହିଳା ଜଣକ ତାଙ୍କୁ ନକଲି ଲାଭ ସଂଖ୍ୟା ପଠାଇବା ଆରମ୍ଭ କଲେ, ଯାହା ନୀତିନଙ୍କ ବିଶ୍ୱାସକୁ ଆହୁରି ଦୃଢ଼ କଲା। ଏବଂ ତାପରେ ନୀତିନ ସମ୍ପର୍କୀୟମାନଙ୍କଠାରୁ ଟଙ୍କା ଋଣ ନେଇଥିଲେ, ଏକ ବ୍ୟାଙ୍କ ଋଣ ନେଇଥିଲେ ଏବଂ ଠକ ପ୍ଲାଟଫର୍ମରେ ମୋଟ ୨ କୋଟି ନିବେଶ କରିଥିଲେ। କିନ୍ତୁ ତା ପରେ ତାଙ୍କ ଲାଭ ଟଙ୍କା ଆଉ ମିଳିନଥିଲା ଏବଂ ମହିଳା ଜଣଙ୍କ ତାଙ୍କୁ ବ୍ଲକ କରିସାରିଥିଲେ । ଠକାମିର ଶିକାର ହୋଇଥିବା ଜାଣି ସେ ତୁରନ୍ତ ସେକ୍ଟର ୩୬ ସ୍ଥିତ ସାଇବର କ୍ରାଇମ୍ ପୋଲିସ ଷ୍ଟେସନରେ ଅଭିଯୋଗ କଲେ। ପୋଲିସ ଏବେ ଏକ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତ ସାଇବର ଗ୍ୟାଙ୍ଗର ଡିଜିଟାଲ୍ ଟ୍ରେଲ୍ ତଦନ୍ତ କରୁଛି।
Comments are closed.