Latest Odisha News

କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ଯୋଗ ଦେଲେ ଭି କାର୍ତ୍ତିକେୟନ ପାଣ୍ଡିଆନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିିତିରେ କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ଯୋଗ ଦେଲେ ଭି କାର୍ତ୍ତିକେୟନ ପାଣ୍ଡିଆନ୍ । ନିକଟରେ ଆଇଏଏସ ଚାକିରିରୁ ଭିଆରଏସ ନେଇଥିଲେ । ଅବସର ପରେ ସେ ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଠି ସେ ଶଙ୍ଖ ଫୁଙ୍କିଛନ୍ତି।

ବିଜେଡିରେ ପାଣ୍ଡିଆନ ମିଶିବା ବେଳେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରଣବ ବଳବନ୍ତରାୟ, ଅରୁଣ ସାହୁ, ପ୍ରତାପ ଦେବ, ବାସନ୍ତି ହେମ୍ରମ ଏବଂ ସ୍ନେହାଙ୍ଗିନି ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ।

ଅବସର ପରେ ପାଣ୍ଡିଆନ ଫାଇଭ ଟିର ଅଧ୍ୟକ୍ଷ ପଦ ପାଇଛନ୍ତି। ଯାହା କ୍ୟାବିନେଟ ରାଙ୍କର ରହିଛି। ତେବେ ଆଗକୁ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ରହିଛି। ଏପରି ସ୍ଥିତିରେ ସେ ଦଳର କେଉଁ ପଦ ପାଇବେ ତାହା ମଧ୍ୟ ଚର୍ଚ୍ଚା ହେଉଛି। ଯଦିଓ ପାଣ୍ଡିଆନଙ୍କ ଭୂମିକା ଅବସର ପୂର୍ବରୁ ଦଳରେ ମଧ୍ୟ ପରୋକ୍ଷରେ ଗୋଟିଏ ବଡ ଭୂମିକା ଥିଲା ବୋଲି ବିରୋଧୀ କହୁଥିଲେ ହେଲେ ସୁପ୍ରି୍ମୋ ନବୀନଙ୍କ ପରେ ପେନ୍ ଆଣ୍ଡ ପେପରରେ ପ୍ରଣବ ପ୍ରକାଶ ଦାସ ଦଳର ସାଂଗଠିନକ ସମ୍ପାଦକ ଥିଲେ। ତେଣୁ ଏବେ ପାଣ୍ଡିଆନ୍ କେଉଁ ପଦରେ ରହିବେ ଏବଂ ନିର୍ବାଚନ ରଣାଙ୍ଗନରେ ସାମିଲ ହେବେ କି ତାହା ଏବେ ଚର୍ଚ୍ଚା ବଢ଼ାଇଛି।

Comments are closed.