ନାଗପୁର: ବାହୁବଳୀ ଓ ଆରଆରଆର ଫେମ ଲେଖକ ତଥା ଏସଏସ ରାଜମୌଲୀଙ୍କ ବାପା ବିଜେୟେନ୍ଦ୍ର ପ୍ରସାଦ ଖୁବ ଶୀଘ୍ର ଆରଏସଏସ ଉପରେ ଫିଲ୍ମ ଏବଂ ୱେବସିରିଜ କରିବା ପାଇଁ ଘୋଷଣା କରିଛନ୍ତି । ଆରଏସଏସର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ରାମ ମାଧବଙ୍କ ପୁସ୍ତକ ଉନ୍ମୋଚନ ଅବସରରେ ଯୋଗ ଦେଇ ସେ ଏହା କହିଛନ୍ତି । ସେ କହିଛନ୍ତି ମୁଁ ପ୍ରଥମ ଭାବିଥିଲି ଆରଏସଏସ ଗାନ୍ଧୀଙ୍କୁ ମାରିଛନ୍ତି, ଆଉ ଏ ନେଇ ମୋ ମନରେ ତିକ୍ତତା ରହିଥିଲା । ୩/୪ ବର୍ଷ ହେବ ଅନୁଧ୍ୟାନ କରିବା ପରେ ଆରଏସଏସକୁ ଭଲ ଭାବେ ଜାଣିପାରିଛି । ଏବେ ମୁଁ ହୃଦୟଙ୍ଗମ କରୁଛି ଆରଏସଏସ ନ ଥିଲେ କଶ୍ମୀର ନ ଥାନ୍ତା ଏହା ନିଶ୍ଚିତ ଭାବେ ପାକିସ୍ତାନରେ ବିଲୟ ହୋଇଥାନ୍ତା । ଲକ୍ଷ ଲକ୍ଷ ହିନ୍ଦୁ ହାଣ ମୁହଁରେ ପଡିଥାନ୍ତେ । ଆରଏସଏସର ସବୁଠାରୁ ବଡ ଭୁଲ ହେଲା ସେମାନେ ନିଜ ବିଷୟରେ କମ ପ୍ରଚାର କରିଥାନ୍ତି । ମୁଁ କିନ୍ତୁ ସଂକଳ୍ପ କରୁଛି ସେମାନଙ୍କ ସତ୍ୟ, ତ୍ୟାଗ ଓ ଦେଶପ୍ରେମ ଦୁନିଆ ସାମ୍ନାକୁ ଆଣିବି । ବଲିଉଡ କୁଇନ କଙ୍ଗନା ରାନାୱତ ଏହି ପ୍ରତିଷ୍ଠିତ ଲେଖକଙ୍କ ଟୁଇଟ ଶେୟାର କରିଛନ୍ତି ।
Comments are closed.