Latest Odisha News

କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲି ପଡ଼ିଛି ଶିକ୍ଷକ ପଦବୀ, ନିନ୍ଦା କଲା ଅଭିଭାବକ ସଂଘ

ଭୁବନେଶ୍ୱର: ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମାନଙ୍କରେ ୬୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିବା ପ୍ରସଙ୍ଗରେ ମୁହଁ ଖୋଲିଛି ଅଭିଭାବକ ସଂଘ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ରାଜ୍ୟରେ ଅଧ୍ୟାପକ ଖାଲି ପଡିବାକୁ ନେଇ ସଂଘ ଅସନ୍ତୋଷ ପ୍ରକାଶ କରିଛି। ଖୋଦ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ରାଜ୍ୟରେ ଯଦି କେନ୍ଦ୍ରୀୟ ବିଦ୍ୟାଳୟ ମାନଙ୍କରେ ୬୦% ଶିକ୍ଷକ ପଦବୀ ଖାଲି ରହିବ ତେବେ ଏହା ହାସ୍ୟାସ୍ପଦ ବୋଲି କହିଛି ଓଡ଼ିଶା ଅଭିଭାବକ ସଂଘ।

ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରି ପଦକ୍ଷେପ ନେବାକୁ ନୂତନ ଶିକ୍ଷାନୀତି ଲାଗୁ କରିଛନ୍ତି କେନ୍ଦ୍ର ସରକାର। କିନ୍ତୁ ଦେଶର ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଡିଣ୍ଡିମ ପିଟୁଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ମାନଙ୍କରେ ସାଧାରଣ ଶିକ୍ଷକ ପଦବୀ ଖାଲି ଦେଶର ଶିକ୍ଷାଦାନ ବ୍ୟବସ୍ଥାକୁ ଉପହାସ କରୁଛି ବୋଲି ଓଡ଼ିଆ ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।

୬୯ କେନ୍ଦ୍ରୀୟ ବିଦ୍ୟାଳୟରେ ୩୯ ସ୍କୁଲରେ ଅଧକ୍ଷ୍ୟ ପଦବୀ ରେ ଅଧକ୍ଷ୍ୟ ନାହାନ୍ତି, ବିଷୟ ଭିତିକ ଶିକ୍ଷକ ନାହାନ୍ତି, ସେଥିପାଇଁ ୭୨ ହଜାର ଅଭିଭାବକ ଓ ଛାତ୍ର ଛାତ୍ରୀ ନିଜ ପାଠ ପାଇଁ ଚିନ୍ତିତ। ରାଜ୍ୟ ସରକାର ଏକ କ୍ରମିକ ଭାବରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି, ମାତ୍ର ଶିକ୍ଷା ବିଭାଗ କେନ୍ଦ୍ରୀୟ ବିଦ୍ୟାଳୟକୁ ଏପରି ଅବହେଳା କରିବା ଗ୍ରହଣ ଯୋଗ୍ୟ ନୁହେଁ।

ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଅଭାବ ପାଇଁ ତୁମ୍ବିତୋଫାନ ଚାଲିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟରେ ଏହି ସମସ୍ୟା ଓଡିଶାର ଶିକ୍ଷା ବ୍ୟବସ୍ଥା ଆହୁରି ସଂଗୀନ କରୁଛି। ତୁରନ୍ତ କେନ୍ଦ୍ରୀୟ ବିଦ୍ୟାଳୟ ମାନଙ୍କରେ ସବୁ ବିଷୟରେ ଶିକ୍ଷକ ପଦବୀ ପୂରଣ ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି।

Comments are closed.