Latest Odisha News

BREAKING NEWS

ଟିକାକୃତ ଲୋକମାନେ କ୍ୱଚିତ୍ ଭୂତାଣୁ ବିସ୍ତାର କରିପାରନ୍ତି; ରିପୋର୍ଟ

ନୂଆଦିଲ୍ଲୀ: ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଶୁକ୍ରବାର ଦିନ ଏକ ରିପୋର୍ଟ ପ୍ରକାଶ କରିଛି ଯେ ଡେଲ୍‌ଟା ପ୍ରଜାତି ସଂକ୍ରମଣରେ ସଂପୂର୍ଣ୍ଣ ଟିକାକୃତ ଲୋକ ବି ସହଜରେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରନ୍ତି। ଟିକା ନେଇନଥିବା ଲୋକଙ୍କ ତୁଳନାରେ ଏମାନେ କମ୍‌ ସଂକ୍ରମଣ କରିପାରନ୍ତି।

ଗୁରୁତର ଅସୁସ୍ଥତା ଏବଂ ମୃତ୍ୟୁ ବିରୁଦ୍ଧରେ ଏହି ଟିକା ପ୍ରଭାବଶାଳୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଟିକାକୃତ ଲୋକଙ୍କ ସଂକ୍ରମଣ ତୁଳନାତ୍ମକ ଭାବରେ ବିରଳ ବୋଲି ଏଜେନ୍ସି କହିଛି।

Comments are closed.