Latest Odisha News

BREAKING NEWS

ଓଡ଼ିଶାରେ ୪-୫ ମାସ ଭିତରେ ଶେଷ ହେବ ଟିକାକରଣ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ଦୈନିକ ୩ ଲକ୍ଷ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରହିଥିବା ବେଳେ ଗତକାଲି ରେକର୍ଡ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୪ ଲକ୍ଷ ୯୧ ହଜାର ୮୫୭ ଡୋଜ୍ ଟିକା ଦିଆଗଲାଣୀ । ଆଗାମୀ ୪ ରୁ ୫ ମାସ ମଧ୍ୟରେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଶେଷ ହେବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେ କହିଛନ୍ତି, ବର୍ତ୍ତମାନ ଲୋକ ଟିକା ନେବାକୁ ଅଧିକ ଆଗ୍ରହ ପ୍ରକାଶ କରୁଥିବାରୁ ଟିକାକରଣ କେନ୍ଦ୍ରରେ ଭିଡ଼ ହେଉଛି । ଅନସାଇଟ ଉପରେ ଲୋକମାନେ ଅଧିକ ଟିକା ନେବାକୁ ଆସୁଥିବାରୁ ଭିଡ଼ ହେଉଛି ।

ଗର୍ଭବତୀ ମହିଳା ମାନଙ୍କ ଟୀକାକରଣ ଲାଗି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟର ଅଧିକାରୀଙ୍କୁ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ରହିଛି । ଏଥିରେ ଜିଲ୍ଲାମାନେ ବି ସାମିଲ ରହିବେ । ଯେତେ ଶୀଘ୍ର ସମ୍ଭବ ଗର୍ଭବତୀଙ୍କୁ ଆରମ୍ଭ ହେବ ଟିକାକରଣ । ସେଣ୍ଟରରେ ସେମାନଙ୍କୁ ଯେମିତି ବେଶୀ ସମୟ ଅପେକ୍ଷା ନ କରିବାକୁ ପଡ଼ିବ ସେଥିପ୍ରତି ଦୃଷ୍ଟି ଦିଆଯିବ ।

Leave A Reply

Your email address will not be published.