Latest Odisha News

BREAKING NEWS

କାଲିଠୁ ଶ୍ରୀମନ୍ଦିର ସେବାୟତଙ୍କ ଟିକାକରଣ

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତମାନଙ୍କ କୋଭିଡ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି।

ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ୪୫ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ସେବାୟତଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ଟିକା ଦିଆଯିବ।

ଗତ ମାର୍ଚ୍ଚ ୧୬ରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବା ପରଠାରୁ ୯୦୦ ରୁ ଅଧିକ ସେବାୟତଙ୍କୁ ଟିକା ଦିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେବାୟତଙ୍କ ଟିକାକରଣ ବ୍ୟତୀତ ଆଶା ଏବଂ ଅଙ୍ଗନୱାଡି କର୍ମୀମାନେ ଘରକୁ ଘର ବୁଲି ସେବାୟତଙ୍କ ପରିବାର ସଦସ୍ୟଙ୍କ ସର୍ଭେ କରିବେ। ପରେ ସେବାୟତ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ହୋମିଓପାଥିକ ଔଷଧ ପ୍ରଦାନ କରିବେ।

Leave A Reply

Your email address will not be published.