ନୂଆଦିଲ୍ଲୀ: ଅକ୍ସିଜେନ୍ ଅଭାବକୁ ନେଇ ଦିଲ୍ଲୀରେ ହାହାକାର ପରିସ୍ଥିତି ସୃଷ୍ଟି ହେଲା । ଅକ୍ସିଜେନ୍ ଅଭାବରୁ ବହୁ କରୋନା ଆକ୍ରାନ୍ତଙ୍କ ଜୀବନ ବି ଗଲା । ଦୈନିକ ସଂକ୍ରମଣ ବଢୁଥିବା ବେଳେ ଏବେ ଟିକାର ଅଭାବ କଥା ସାମନାକୁ ଆସିଛି । ଦେଶରେ ରାଜଧାନୀରେ ଟିକା ସରି ସରି ଆସୁଛି । ଏନେଅ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍ । ସେ କହିଛନ୍ତି ଦିଲ୍ଲୀରେ ଯେତିକି କୋଭାକ୍ସିନ୍ ଟିକା ଅଛି ଦିନେ ଭିତରେ ସରିଯିବ ।
ମହଜୁତ ଥିବା କୋଭିସିଲ୍ଡ ଡୋଜ୍ ଦୁଇ ତିନି ଦିନ ଭିତରେ ଶେଷ ହୋଇଯିବ । ତୁରନ୍ତ ଟିକା ନ ଆସିଲେ ଆଗକୁ ଦିଲ୍ଲୀରେ ଟିକାକରଣ ଅଭିଯାନ ବାଧାପ୍ରାପ୍ତ ଆଶଙ୍କା କରାଯାଉଛି ।
ଗତକାଲି ଦେଶରେ ଟିକା ଅଭାବ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସେ କହିଥିଲେ, ଗତ ତିନି ମାସରେ କେନ୍ଦ୍ର ସରକାର ୯୩ ଦେଶକୁ ଟିକା ବାଣ୍ଟିଛନ୍ତି । ବିଦେଶରେ ବାହା ବାହା ନେବାକୁ ସରକାର ଟିକା ବାଣ୍ଟିଲେ । ଏହି ଟିକା ଦେଶବାସୀଙ୍କୁ ଦେଇଥିଲେ ସେକେଣ୍ଡ ଓ୍ୱେଭରେ ଲକ୍ଷୋ ଲୋକଙ୍କ ଜୀବନ ବଞ୍ଚି ଯାଇ ପାରିଥାଆନ୍ତା ।
Comments are closed.