ଭୁବନେଶ୍ୱର: ଦୁଇଟି ଟିକାକୁ ଜରୁରୀ ବ୍ୟବହାର ଅନୁମତି ମିଳିବା ପରେ କରୋନା ଟିକାକରଣ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଟିକାକରଣ ନେଇ ଓଡ଼ିଶା ତୟାର ରହିଛି । ଗତକାଲି ନେଇ କେନ୍ଦ୍ର ସରକାର ଟିକାକରଣ ପାଇଁ ପ୍ରସ୍ତୁତ ରହିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଅତି ନିକଟରେ ଓଡ଼ିଶାକୁ ଟିକା ଆସିବ ବୋଲି ସେଥିରେ ଉଲ୍ଲେଖ ରହିଛି । ହେଲେ ନିର୍ଦିଷ୍ଟ ତାରିଖ ଦିଆ ଯାଇନି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି । ଟିକା ତିଆରି କରୁଥିବା କମ୍ପାନୀ ପାଖରୁ ସିଧା ଟିକା ଆସିବ । ଆସିବା ପରେ ଭୁବନେଶ୍ୱରରେ ଥିବା ଷ୍ଟୋରରେ ରଖାଯିବ । ଏହା ପରେ ଜିଲ୍ଲାକୁ ପଠାଯିବ । ଜିଲ୍ଲାରେ ଥିବା ଷ୍ଟୋରରେ ସଂରକ୍ଷିତ ରଖାଯିବ ଟିକା । ରାଜ୍ୟରେ ଯାହା ସରଞ୍ଜାମ ଅଛି ଟିକାକରଣ ପାଇଁ ଯଥେଷ୍ଟ ।
ଡାଟାବେସ୍ ଅନୁସାରେ ସରକାର ଟିକା ମାଗିଛନ୍ତି । କେତେ ପଠାଇବେ ସେମାନେ ନିଷ୍ପତ୍ତି ନେବେ । କେଉଁଠି ଟିକାକରଣ ହେବ ଜିଲ୍ଲାପାଳମାନେ ୮ ତାରିଖ ସୁଦ୍ଧା ସେସନ୍ସ ସାଇଟ ରିପୋର୍ଟ ଦେବେ । ସବୁ ପ୍ରକ୍ରିୟା ୧୦ ତାରିଖ ସୁଦ୍ଧା ସରିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ।
Comments are closed.