Latest Odisha News

BREAKING NEWS

ଅଷ୍ଟ୍ରେଲିଆ ଖେଳାଳିଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ବୈଭବ

ନୂଆଦିଲ୍ଲୀ: ଭାରତର ଉଦୀୟମାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟ ମ୍ୟାଚରେ ବିଶ୍ୱରେକର୍ଡ କରିଛନ୍ତି । ଦୁବାଇରେ ଖେଳାଯାଉଥିବା ୟୁଏଇ ବିପକ୍ଷ ମ୍ୟାଚରେ ସେ ଶତକ ହାସଲ କରିଥିଲେ । ଏହି ଇନିଂସରେ ସେ ୧୪ ଛକା ମାରିଥିଲେ । ପୂର୍ବରୁ ଗୋଟିଏ ଇନିଂସରେ ଅଷ୍ଟ୍ରେଲିଆର ମାଇକେଲ ହିଲ ୧୨ଟି ଛକା ମାରି ରେକର୍ଡ କରିଥିଲେ । ୨୦୦୮ରେ ନାମ୍ବିଆ ବିପକ୍ଷରେ ସେ ଏହି ଉପଲବ୍ଧି ହାସଲ କରିଥିଲେ । ବୈଭବ ୯୫ ବଲର ସମ୍ମୁଖୀନ ହୋଇ ୯ ଚୌକା ଓ ୧୪ ଛକା ସହାୟତାରେ ୧୭୧ ରନର ବିଶାଳ ଇନିଂସ ଖେଳିଛନ୍ତି ।

ପୂର୍ବରୁ ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ସେ ସର୍ବକନିଷ୍ଠ ଖେଳାଳି ଭାବେ ଶତକ ମାରିଥିଲେ । ୧୪ ବର୍ଷରୁ କମ ବୟସରେ ସେ ପ୍ରଥମ ଖେଳାଳି ଭାବେ ଟି୨୦ରେ ୩ଟି ଶତକ ମାରିଛନ୍ତି । ବୈଭବ ଟି୨୦ରେ କମ ବୟସ୍କ ଖେଳାଳି ଭାବେ ଶତକ ହାସଲ କରିଛନ୍ତି । ସେ ୧୪ ବର୍ଷ ୩୨ ଦିନରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଏହି ଶତକ ମାରିଥିଲେ । ତାଙ୍କ ପୂର୍ବରୁ ମହାରାଷ୍ଟ୍ରର ବିଜୟ ଜୋଲ ୨୦୧୩ରେ ମୁମ୍ବାି ବିପକ୍ଷରେ ଶତକ ମାରିଥିଲେ ।

Leave A Reply

Your email address will not be published.