Latest Odisha News

BREAKING NEWS

ବିହାର ନିର୍ବାଚନ ପାଇଁ ବୈଭବଙ୍କୁ ମିଳିଲା ବଡ ଦାୟିତ୍ୱ

ପାଟନା: ଭାରତର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏବେ ତାଙ୍କୁ ବିହାର ନିର୍ବାଚନରେ ଏକ ବଡ ଦାୟିତ୍ୱ ମିଳିଛି । ଇଲେକ୍ସନ କମିଶନ ସୂର୍ଯ୍ୟବଂଶୀଙ୍କୁ ଫ୍ୟୁଚର ଭୋଟର ଆଇକନ ଭାବେ ଚୟନ କରିଛନ୍ତି । ସେ ଯୁବକମାନଙ୍କୁ ନିର୍ବାଚନରେ ଅଧିକରୁ ଅଧିକ ସଂଖ୍ୟକ ଭୋଟ ଦେବା ପାଇଁ ଉତ୍ସାହିତ କରିବେ । ବିହାର ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ । ପ୍ରଥମ ଚରଣ ନଭେମ୍ବର ୬ରେ ଏବଂ ଦ୍ୱିତୀୟ ଚରଣ ୧୧ରେ ହେବ ।

ଇଲେକ୍ସନ କମିଶନ ପ୍ରତ୍ୟେକ ନିର୍ବାଚନରେ ଜଣେ ଫ୍ୟୁଚର ଆଇକନ ଚୟନ କରିଥାନ୍ତି । ବୈଭବ ମଧ୍ୟ ଏହା ଏକ ଗର୍ବର ବିଷୟ ବୋଲି କହିଛନ୍ତି । ମୁଁ ପଡିଆକୁ ଓହ୍ଲାଇବା ପରେ ଭଲ ଖେଳି ଟିମକୁ ଜିତାଇବା ପାଇଁ ନିଷ୍ଠାପର ଉଦ୍ୟମ କରିଥାଏ । ଆପଣମାନେ ସେଭଳି ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ଏହାକୁ ମଜଭୁତ କରନ୍ତୁ । ଭୋଟ କରେଗା ବିହାର, ଅପନୀ ସରକାର ଚୂନେଗା ବିହାର ସ୍ଲୋଗାନ ମଧ୍ୟ ଦେଇଥିଲେ ।

Comments are closed.