ନୂଆଦିଲ୍ଲୀ: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ବୁଧବାର ୟୁଏଇକୁ ୧୦ ୱିକେଟରେ ପରାସ୍ତ କରିଛି । ୟୁଏଇ ପ୍ରଥମେ ବ୍ୟାଟିଂ କରି ୧୩୭ ରନ କରିଥିଲା । ଜବାବରେ ଭାରତ କୌଣସି ୱିକେଟ ନ ହରାଇ ୧୬.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ବୈଭବ ସୂର୍ଯ୍ୟବଂଶୀ ୪୬ ବଲରେ ୭୬ ଓ ଆୟୂଷ ମାତ୍ରେ ୫୧ ବଲରେ ୬୭ ରନ କରିଥିଲେ । ବୈଭବ ତାଙ୍କ ଇନିଂସରେ ୬ଟି ଛକା ଓ ୩ଟି ଚୌକା ମାରିଥିଲେ । ସେ ଛକା ମାରି ଦଳକୁ ବିଜୟୀ କରାଇଥିଲେ । ଉଭୟ ପ୍ରଥମ ୱିକେଟରେ ମାତ୍ର ୯୭ ବଲରେ ୧୪୩ ରନ ଯୋଗ କରିଥିଲେ । ସେ ୩୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ।
୧୩ ବର୍ଷୀୟ ବୈଭବଙ୍କୁ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ୧.୧୦ କୋଟିରେ କ୍ରୟ କରିଥିଲା । ଏହା ପରେ ବୈଭବ ଏଥିସହ ଆଇପିଏଲ ଇତିହାସର ସବୁଠାରୁ କମ ବୟସର ଖେଳାଳି ସାଜିଛନ୍ତି । ୧୯ ବର୍ଷର କମ ଟେଷ୍ଟରେ ବୈଭବ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ । ସେ ମାତ୍ର ୧୨ ବର୍ଷ ବୟସରେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ । ଚଳିତ ଏସିଆ କପୋ ବୈଭବ ପ୍ରଥମ ୨ଟି ମ୍ୟାଚରେ ବିଫଳ ହୋଇଥିଲେ ।