ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ରିଆସି ଜିଲ୍ଲାରେ ଥିବା ମାତା ବୈଷ୍ଣୋ ଦେବୀ ମନ୍ଦିରର ଯାତ୍ରା ଲଗାତାର ୧୧ତମ ଦିନ ପାଇଁ ସ୍ଥଗିତ ରହିଛି।
ସୂଚନା ଅନୁଯାୟୀ, ଅଗଷ୍ଟ ୨୬ ତାରିଖରେ ଭୂସ୍ଖଳନ ପରେ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଏଥିରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨୦ ଜଣ ଆହତ ହୋଇଥିଲେ। ୧୦ ଦିନ ଧରି ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ପରେ ପାଣିପାଗରେ ଉନ୍ନତି ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ ତୀର୍ଥଯାତ୍ରା ପୁନଃ ଆରମ୍ଭ କରିବା ନେଇ କୌଣସି ନିଷ୍ପତ୍ତି ନେଇନାହାଁନ୍ତି।
ଅଧିକାରୀଙ୍କ ଅନୁଯାୟୀ, ସମସ୍ତ ଦିଗକୁ ମୂଲ୍ୟାଙ୍କନ କରିବା ପରେ ଉପଯୁକ୍ତ ସମୟରେ ତୀର୍ଥଯାତ୍ରା ପୁନଃ ଆରମ୍ଭ କରିବାର ନିଷ୍ପତ୍ତି ନିଆଯିବ। ଏହି ସମୟରେ ମାତା ବୈଷ୍ଣୋ ଦେବୀ ମନ୍ଦିରର ମୂଳ ଶିବିର ଜମ୍ମୁ ଏବଂ କଟରା ମଧ୍ୟରେ ଆରମ୍ଭ ହୋଇଥିବା ସ୍ଥାନୀୟ ଟ୍ରେନ୍ ସେବା ମଧ୍ୟ ସ୍ଥଗିତ ରହିଛି।
Comments are closed.