Latest Odisha News

BREAKING NEWS

ପ୍ରେମ ସପ୍ତାହ: କେଉଁଭଳି ପୁଅ ହୋଇପାରନ୍ତି ଆଦର୍ଶ ପ୍ରେମିକ, ଜାଣନ୍ତୁ

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ପ୍ରେମୀ ଯୁଗଳ ଭିନ୍ନ ଭିନ ଉପାୟରେ ନିଜ ପାର୍ଟନରଙ୍କ ସାମ୍ନାରେ ନିଜ ପ୍ରେମକୁ ପ୍ରକାଶ କରୁଛନ୍ତି । ତେବେ ଆଜିର ସମୟରେ ଯୁବକ ଯୁବତୀ ନିଜ ପାଇଁ କ’ଣ ଠିକ କ’ଣ ଭୁଲ ନବୁଝି ନ ବିଚାରି ଅନ୍ଧ ଭାବେ ପ୍ରେମରେ ପଡି ଯାଉଛନ୍ତି ।

Beautiful couple with nature.

ଆଜିର ଏହି ଧୋକେବାଜ ଦୁନିଆରେ କିଏ ସତ କହୁଛି କିଏ ମିଛ, କାହାର ପ୍ରତିଶ୍ରୁତି ସଚ୍ଚୋଟ ଓ କାହାର ମାନଗଢା ତାହା ଜାଣିବା ମହା ମୁସ୍କିଲ ହୋଇ ଗଲାଣି। ତେବେ ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ଆମେ ଆପଣଙ୍କୁ ଜଣାଇବୁ କେଉଁଭଳି ପୁଅ ବିଶ୍ୱାସର ଯୋଗ୍ୟ । କାହାକୁ ପ୍ରେମ କଲେ ସେ ଆପଣଙ୍କ ପ୍ରେମର ମର୍ଯ୍ୟାଦା ରଖିବ ।

ଚାଣକ୍ୟଙ୍କ ମତରେ କେଉଁ ପୁରୁଷଙ୍କ ପ୍ରେମକୁ ଗ୍ରହଣ କରିବା ଉଚିତ…

ନିଷ୍ଠବାନ ପୁରୁଷ:

ପୁରୁଷଙ୍କ ଏହି ଗୁଣକୁ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଏ। ଯେଉଁ ପୁରଷ ନିଜ ସମ୍ପର୍କକୁ ନେଇ ନିଷ୍ଠାବାନ ରହିଥାନ୍ତି, ତାଙ୍କ ସମ୍ପର୍କ କେବେ ବି ଭାଙ୍ଗେ ନାହିଁ। ଏଭଳି ପୁରୁଷ ନିଜ ପ୍ରେମିକା ଓ ପତ୍ନୀଙ୍କ ବ୍ୟତୀତ ଆଉ କୌଣସି ମହିଳାଙ୍କ ଉପରେ ଖରାପ ନଜର ପକାଇନଥାନ୍ତି। ତେଣୁ ଏଭଳି ପୁରୁଷଙ୍କ ହାତ ଧରିଲେ ଆପଣ କେବେବି ଧୋକାର ଶିକାର ହେବେ ନାହିଁ ।

ଅନ୍ୟ ସ୍ତ୍ରୀକୁ ସମ୍ମାନ ଦେଉଥିବା ପୁରୁଷ:

ଯେଉଁ ପୁରୁଷ ସବୁ ସ୍ତ୍ରୀଙ୍କୁ ସମାନ ସମ୍ମାନ ଦେଇଥାନ୍ତି, ତାଙ୍କ ପ୍ରେମକୁ କେବେବି ସନ୍ଦେହ କରିବା କଥା ନୁହେଁ। କାରଣ ସେ ମା’, ଭଉଣୀ, ପ୍ରେମିକା, ସ୍ତ୍ରୀ ତଥା ଅନ୍ୟ ମହିଳାଙ୍କ ଗୁରୁତ୍ୱକୁ ବୁଝନ୍ତୁ ଓ ତାଙ୍କୁ କେବେ ବି କଷ୍ଟ ଦେଇନଥାନ୍ତି। ଫଳରେ ସମସ୍ତଙ୍କ ସହ ତାଙ୍କର ସମ୍ପର୍କ ମଧୁର ରହିଥାଏ। ଏଭଳି ପୁରୁଷ ପ୍ରେମ ପାଇଁ ପୁରା ପରଫେକ୍ଟ ।

ସୁରକ୍ଷା ଯୋଗାଉଥିଲେ:

ଯେଉଁ ପୁରୁଷ ମହିଳାକୁ ସୁରକ୍ଷା ଯୋଗାଇଥାନ୍ତି। ସେଭଳି ପୁରୁଷ ପ୍ରେମ ସମ୍ପର୍କ ବଜାୟ ରଖିବାରେ ସର୍ବଦା ସକ୍ଷମ ହୋଇଥାନ୍ତି।

Leave A Reply

Your email address will not be published.