Latest Odisha News

BREAKING NEWS

ନିଆରା ଢଙ୍ଗରେ ଭାଲେଣ୍ଟାଇନ୍ସ ଡ଼େ ପାଳିଲେ ଆକ୍ଟ୍ରେସ୍ ଅଙ୍କିତା !

ଭୁବନେଶ୍ୱର: ଯେଉଁମାନଙ୍କ ପୁଅ ଝିଅ,ନାତିନାତୁଣୀ ଥାଇ ମଧ୍ୟ ନିଜ ବୃଦ୍ଧ ପିତାମାତାଙ୍କୁ ପଚାରନ୍ତିନି ଦେଖାଶୁଣା କରନ୍ତିନି ସେମାନେ ଅନ୍ୟ ଉପାୟ ନପାଇ ବିଭିନ୍ନ ବୃଦ୍ଧାଆଶ୍ରମରେ ନିଜର ବାକି ଜୀବନ ଅତିବାହିତ କରନ୍ତି ।

ସେମାନେ ପ୍ରେମ ଦିବସ ବୋଲି କିଛି ଜାଣିନଥାନ୍ତ।ଆଜି ସେହି ପ୍ରେମ ଦିବସ ଅବସରରେ ରେ , ଯୁକ୍ତାମୁଖୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଟଙ୍କପାଣି ରୋଡ଼ସ୍ଥିତ ଶ୍ରୀକ୍ରିଷ୍ଣା ଆନନ୍ଦ ବୃଦ୍ଧାଆଶ୍ରମରେ ପ୍ରେମ ଦିବସକୁ  ନିରାଡ଼ମ୍ବର ସହକାରେ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି।ଓଡ଼ିଆ ଚଳଚ୍ଚିତ୍ର ମିଠାକଥାର  ଅଭିନେତ୍ରୀ ଅଙ୍କିତା ଦାସ ସହ ଚଳଚିତ୍ର ସଂଯୋଜକ ପ୍ରଣୟ ଜେଠି, ସମାଜସେବୀ ରଶ୍ମି ମହାପାତ୍ର,ମିଲି ପଣ୍ଡା,ଅମିତା ବିଶ୍ୱାଳ,ବିଷ୍ଣୁପ୍ରିୟା ଚାନ୍ଦ ପ୍ରମୁଖ ଯୋଗଦେଇ ଆଶ୍ରମରେ ଥିବା ଅନ୍ତେବାସୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସେମାନଙ୍କ ଆଶୀର୍ବାଦ ନେଇଥିଲେ।

ସେମାନଙ୍କୁ ମିଠା,ଫଳ ଖୁଆଇ ସେମାନଙ୍କ ଦୁଃଖ କଷ୍ଟ କୁ ଦୂର କରିବାକୁ ଚେଷ୍ଟା କରିଥିଲେ।ଏହି ଅବସରରେ ଟ୍ରଷ୍ଟର ସଦସ୍ୟ  ଦମ୍ପତି ତାଙ୍କ ପୁଅର ଜନ୍ମଦିକକୁ  ଯୋଗଦେଇଥିବା ଅତିଥି ଓ ଅନ୍ତେବାସିଙ୍କ ଗହଣରେ ଆନନ୍ଦ ସହକାରେ କେକ କାଟି ପାଳନ କରିଥିଲେ।

ଆଶ୍ରମରେ ଆଜି ଯେଉଁ ନିଆରା କାର୍ଯ୍ୟକ୍ରମ ହୋଇଥିଲା ଯୋଗଦେଇଥିବା ଅତିଥି ମାନେ ଏ ଭଳି କାର୍ଯ୍ୟକର୍ମ ର ଆୟୋଜକଙ୍କ ଭୁୟସୀ ପ୍ରଶଂସା କରିଥିଲେ ସେମାନେ ଆଜି ଅନ୍ତେବାସିକ ପୁଅ ଝିଅ ନାତି ନାତୁଣୀ ହୋଇ କିଛି ସମୟ ଅତିବାହିତ କରି କହିଥିଲେ ପ୍ରେମ ଦିବସ ଖାଲି ପାର୍କ ଓ ରେଷ୍ଟୁରାଣ୍ଟ ରେ ବସୁଥିବା ପ୍ରେମିକ ପ୍ରେମିକା ମଧ୍ୟରେ ନୁହେଁ ଏଭଳି ନିଆରୀ ଢଙ୍ଗରେ ପ୍ରେମ ଦିବସ ପାଳନ କରିବା ଦ୍ୱାରା ସମାଜକୁ ଏକ ଭଲ ବାର୍ତା ଦେଉଛି।

ଟ୍ରଷ୍ଟର ମୁଖ୍ୟ ଶ୍ରୀୟାସ୍ମିତା ପଣ୍ଡା ଙ୍କ ସଭାପତିତ୍ୱରେ ଆଶ୍ରମର ରାଜେଶ ମହାପାତ୍ରଙ୍କ ସହ  ପ୍ରସନ୍ନ ନାୟକ,ରାଜେନ୍ଦ୍ର ସାହୂ,ମିଟୁ ମହାରଣା,ନିରଞ୍ଜନ ଦାସ,ଗୀତାଞ୍ଜଳି ବେହେରା ,ଅହମଦ, ସୂର୍ଯ୍ୟମଣି,ଦେବାଶିଷ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

 

Leave A Reply

Your email address will not be published.