Latest Odisha News

ଘର ନୁହେଁ, କାରରେ ବିଳାସପୂର୍ଣ୍ଣ ଜୀବନ କାଟନ୍ତି ପୁରା ପରିବାର: ବର୍ଷକୁ ୮ ମାସ ଏଥିରେ ରୁହନ୍ତି

ରାଜସ୍ଥାନ: ପ୍ରତ୍ୟେକ ଲୋକଙ୍କର ଗୋଟେ ସ୍ୱପ୍ନର ଘର ଥାଏ । ସେମାନେ ସେହି ଘରେ ସାରାଜୀବନ ଖୁସିରେ ରହିବାକୁ ଚାହିଁଥାନ୍ତି । ସେଥିଲାଗି ଘର ଖଣ୍ଡିଏ କରିବା ପାଇଁ ଲୋକଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ । ରାଜସ୍ଥାନର ଗୋଟେ ପରିବାର ତାଙ୍କ ସ୍ୱପ୍ନର ଘର ତାଙ୍କ କାର ପାଲଟିଯାଇଛି । ସେମାନେ ସେହି କାରରେ ବର୍ଷକୁ ୮ ମାସ ରହିଥାନ୍ତି । ଏବେ ସୋସିଆଲ ମିଡ଼ିଆରେ ତାଙ୍କ କାର ଘରର ଫଟୋ ଓ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ରାଜସ୍ଥାନର ଅଜମେରର ବାସିନ୍ଦା ବିବେକ ଶର୍ମା । ତାଙ୍କ ପରିବାର କହିଲେ ବୁଢି ମାଆ, ତାଙ୍କ ସ୍ତ୍ରୀ ଓ ଦୁଇଟି ପିଲା । ଏହି ପରିବାର ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଏହି ୫ ସଦସ୍ୟ ବର୍ଷକୁ ୮ ମାସ ଏକ କାରରେ ରହିଥାନ୍ତି । ବିଭିନ୍ନ ସ୍ଥାନ ବୁଲିବା ବିବେକ୍‌ଙ୍କ ସଉକ । ସେଥିଲାଗି ସେ ପୁରା ପରିବାରକୁ ସାଙ୍ଗରେ ନେଇ କେମିତି ବିଭିନ୍ନ ସ୍ଥାନ ବୁଲିବେ ସେ ନେଇ ଚିନ୍ତା କଲେ । ଟ୍ରେନ କିମ୍ବା ଫ୍ଲାଇଟ୍‌ରେ ଗଲେ ଅଧିକ ଖର୍ଚ୍ଚ ହେବ ସେଥିଲାଗି ସେ ଏକ କ୍ୟାମ୍ପର ଭ୍ୟାନ କରିବାକୁ ନିଷ୍ପତ୍ତି ନେଲେ । ପରେ ସେ ଏକ ଗାଡ଼ିକୁ ପରିବର୍ତ୍ତନ କରି କ୍ୟାମ୍ପର ଭ୍ୟାନ ବନାଇ ଦେଲେ । ଯାହା ତାଙ୍କ ଅଞ୍ଚଳରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା । ୫ ବର୍ଷ ହେଲାଣି ସେମାନେ ଏହି କ୍ୟାମ୍ପର୍ ଭ୍ୟାନ୍‌ରେ ବୁଲିବା ସହ ରହି ଆସୁଛନ୍ତି ।

ବିବେକ ଏବଂ ତାଙ୍କ ପରିବାର କେବଳ ଏହି ଗାଡିରେ ବିଭିନ୍ନ ସ୍ଥାନକୁ ଯାତ୍ରା କରନ୍ତି । ବର୍ଷର ପ୍ରାୟ ୮ ମାସ ପାଇଁ ସେ କ୍ରମାଗତ ଭାବରେ ଭାରତର ବିଭିନ୍ନ ସ୍ଥାନ ବୁଲନ୍ତି । ଏବେ ତାଙ୍କର ପୁରା ପରିବାର ‘ଭ୍ୟାନ୍ ଲାଇଫ୍‌\’ ଉପଭୋଗ କରୁଛନ୍ତି । ସେ ବର୍ଷର ପ୍ରାୟ ୪ ମାସ ଅଜମେରରେ ରୁହନ୍ତି । ତାଙ୍କ ପିଲାମାନେ ଘରୋଇ ବିଦ୍ୟାଳୟ ପଢନ୍ତି । ପରୀକ୍ଷା ସମୟରେ ତାଙ୍କ ପରିବାର ସହିତ ଅଜମେରକୁ ଯାଆନ୍ତି ।

ବିବେକ କହିଛନ୍ତି ଯେ, ଜୀବନରେ କେବଳ ସେହି ଜିନିଷ କରିବା ଉଚିତ, ଯାହା ଶାନ୍ତି ଏବଂ ସୁଖ ଦେଇଥାଏ । ସେ ନିଜ ପରିବାର ସହିତ ଏହିପରି ବୁଲାବୁଲି କରି ଶାନ୍ତି ପାଆନ୍ତି । ଏହି କାରଣରୁ ସେ ତାଙ୍କ ଗାଡିରେ ଯେ କୌଣସି ସ୍ଥାନକୁ ଯାଇପାରିବେ ଏବଂ ତାଙ୍କୁ ହୋଟେଲ ରୁମ୍ ନେବା ଆବଶ୍ୟକ ନାହିଁ । ସେ ତାଙ୍କ ଗାଡ଼ିକୁ ଏପରି ପରିବର୍ତ୍ତନ କରିବାକୁ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି କାରରେ କେବଳ ଗୋଟିଏ କୋଠରୀ ଅଛି । ଏଥି ସହିତ ରୋଷେଇ ଘର, ପିଲାମାନଙ୍କର ପାଠପଡ଼ିବା ସ୍ଥାନ ଏବଂ ୱାଶରୁମ୍ ମଧ୍ୟ ଏଥିରେ ତିଆରି କରାଯାଇଛି । ଏହି ଗାଡିରେ ଟିଭି, ଏସି ଏବଂ ସୋଫା କମ ବେଡ୍ ମଧ୍ୟ ଅଛି ।

Comments are closed.