ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (ଓଏମସି) ନିଜର ବିଭିନ୍ନ ଖଣି ଅଞ୍ଚଳରେ ବନମହୋତ୍ସବ ସପ୍ତାହ ୨୦୨୫ ପାଳନ କରିଛି।
ନୂତନ ଜଙ୍ଗଲ ସୃଷ୍ଟି, ବନୀକରଣ ଓ ପରିବେଶ ସୁରକ୍ଷା ପ୍ରତି ଓଏମସିର ଦୃଢ଼ ପ୍ରତିବଦ୍ଧତା ଅନୁଯାୟୀ, ନିଗମର ବହୁ ସଂଖ୍ୟକ କର୍ମଚାରୀ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଓଏମସି ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ଉଦ୍ୟମ ଗ୍ରହଣ କରିଛି। ବର୍ଷା ଜଳ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା ଓ ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜନସଚେତନତା ବୃଦ୍ଧି କରିବାକୁ ନିୟମିତ ଅଭିଯାନ ଜାରି ରଖିଛି। ଏଥିସହିତ ଅସମୟରେ ଜଙ୍ଗଲ ନିଆଁ ବା ଅଗ୍ନିକାଣ୍ଡକୁ ରୋକିବା ପାଇଁ ସ୍ଥାନୀୟ ଲୋକଙ୍କ ସହ ଅନେକ ସମୟରେ ସଚେତନତା କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜନ କରିଥାଏ।
ଉଲ୍ଲେଖଯୋଗ୍ୟ, ଓଏମସି ଆର୍ଥିକ ବର୍ଷ ୨୪-୨୫ ମଧ୍ୟରେ ୬୦,୦୦୦ରୁ ଅଧିକ ଚାରା ରୋପଣ କରିବା ସହିତ ଏ ପର୍ଯ୍ୟନ୍ତ ୯୦ ଲକ୍ଷରୁ ଅଧିକ ବୃକ୍ଷ ରୋପଣ କରିସାରିଛି।
Comments are closed.