Latest Odisha News

ବନ୍ଦେ ଭାରତ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଭୟଭୀତ ଯାତ୍ରୀ

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଭୋପାଳରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ବଡ଼ ଦୁର୍ଘଟଣାର ଶିକାର ହୋଇଛି। ସୋମବାର ରାନୀ କମଲାପତି ଷ୍ଟେସନରୁ ଯିବା ବେଳେ ଟ୍ରେନର ୧୪ତମ କୋଚରୁ ପ୍ରଥମେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଯାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଟ୍ରେନରେ ନିଆଁ ଲାଗିଯାଇଥିବା ଦେଖି ଟ୍ରେନକୁ ମଧ୍ୟଭାଗରେ ଅଟକାଇ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା। ଅଗ୍ନିକାଣ୍ଡ ଦେଖିବା ମାତ୍ରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇ ଘଟଣାସ୍ଥଳକୁ ଡକାଯାଇଥିଲା। ବର୍ତ୍ତମାନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ଗାଡ ଷ୍ଟେସନ ଛାଡ଼ି ଏବେ ଆଗକୁ ବଢିଛି ।

ସୂଚନା ଅନୁଯାୟୀ, ଭୋପାଳରୁ ହଜରତ ନିଜାମୁଦ୍ଦିନ ପର୍ଯ୍ୟନ୍ତ ଚାଲୁଥିବା ଏହି ବନ୍ଦେ ଭାରତ ଟ୍ରେନ (୨୦୧୭୧) ସୋମବାର ସକାଳ ୫.୪୦ ରେ ଭୋପାଳ ରେଳ ଷ୍ଟେସନରୁ ବାହାରିଥିଲା। ଏହି ସମୟରେ ଟ୍ରେନର କୋଚ୍ ନମ୍ବର ୧୪ ନିଆଁ ଲାଗିଥିଲା। ତେବେ କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିଛି ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହି କୋଚରେ ପ୍ରାୟ ୩୬ ଜଣ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି।

Comments are closed.