ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ତ୍ୟାଗ ଓ କର୍ତ୍ତବ୍ୟକୁ ସମ୍ମାନ ଜଣାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ ଶନିବାର ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବାକୁ ।ଓଡ଼ିଶାର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ରାଜ୍ୟର ଅଧିକାଂଶ ଜନସାଧାରଣ ନିଜ ଘରେ, ବଜାର ଘାଟରେ ଏପରିକି ରେଲୱେ ଷ୍ଟେସନ ଗୁଡ଼ିକରେ ମଧ୍ୟ ବୋଲିଛନ୍ତି ବନ୍ଦେ ଉତ୍କଳ ଜନନୀ ।
ଓଡ଼ିଶାର ବିଭିନ୍ନ ରେଲୱେ ଷ୍ଟେସନରେ ମଧ୍ୟ ରେଲୱେ କର୍ମଚାରୀମାନେ ଏକତ୍ରୀତ ହୋଇ ଗାଇଛନ୍ତି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ । ରାଜ୍ୟର ବ୍ୟସ୍ତବହୁଳ ଖୋର୍ଦ୍ଧା ରେଲୱେ ଷ୍ଟେସନରେ ସମସ୍ତ ରେଲୱେ ବିଭାଗର କର୍ମଚାରୀମାନେ ଏକାଠି ହୋଇ ବନ୍ଦେ ଉତ୍କଳ ଜନନୀ ଗୀତ ବୋଲି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ ।
ସେହିପରି ଭାବେ କଟକ ରେଲୱେ ଷ୍ଟେସନରେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ବୋଲାଯାଇ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି ।
ଭୁବନେଶ୍ୱରସ୍ଥିତ ବାପୁଜୀ ନଗର ନାଗରିକ କମିଟି ପକ୍ଷରୁ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗୀତ ବୋଲାଯାଇ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଛି । ସମସ୍ତ ସଦସ୍ୟ ଏବଂ କାର୍ଯ୍ୟକର୍ତ୍ତାମାନେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ସଙ୍ଗୀତ ବୋଲିବା ଦେଖାଯାଇଛି ।
ସମ୍ବଲପୁର ରେଲୱେ ଷ୍ଟେସନରେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ବୋଲାଯାଇ କରୋନା ଯୋଦ୍ଧାମାନଙ୍କ ସମ୍ମାନାର୍ଥେ ସମ୍ମାନ ପ୍ରଦର୍ଶନ କରାଯାଇଛି । ଏଠାରେ ସମସ୍ତ ରେଳବାଇ କର୍ମଚାରୀମାନେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ସଙ୍ଗୀତ ବୋଲିବା ଦେଖାଯାଇଛି ।
ଭୁବନେଶ୍ୱର ଷ୍ଟେସନରେ ରେଳବାଇ କର୍ମଚାରୀମାନେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଏକସ୍ୱରରେ ଗାଇ ଉଠିଥିଲେ ବନ୍ଦେ ଉତ୍କଳ ଜନନୀ । ସେହିପରି ରେଳକୁଞ୍ଜରେ ମଧ୍ୟ ଇଷ୍ଟକୋଷ୍ଟ ରେଲୱ କର୍ମଚାରୀମାନେ ଏକସ୍ୱରରେ ବନ୍ଦେ ଉତ୍କଳ ଜନନୀ ଗୀତ ବୋଲିଥିଲେ ।
Comments are closed.