Latest Odisha News

BREAKING NEWS

ଖେଳରତ୍ନ ପାଇଁ ରୋହିତଙ୍କ ନାମ ସୁପାରିଶ କଲା ବିସିସିଆଇ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ରୋହିତ ଶର୍ମାଙ୍କ ନାମ ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି । ଏହା ବ୍ୟତୀତ ଶିଖର ଧାୱନ, ଈଶାନ୍ତ ଶର୍ମା ଓ ଦୀପ୍ତି ଶର୍ମାଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ପ୍ରସ୍ତାବ ଦେଇଛି । କେନ୍ଦ୍ର ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ବିଭିନ୍ନ କ୍ରୀଡା ସଂଗଠନକୁ ପ୍ରଦର୍ଶନ ଭିତିରେ ନାମ ପଠାଇବା ପାଇଁ କହିଥିଲା ।

ରୋହିତଙ୍କ ସହ ଆଉ କେତେ ଜଣ ଖେଳାଳିଙ୍କ ନାମ ବିଚାର କରାଯାଇଥିଲା । ଶେଷରେ ସର୍ବ ସମ୍ମତି କ୍ରମେ ତାଙ୍କ ନାମ ପଠାଯାଇଛି ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି । ୨୦୧୬ରୁ ୨୦୧୯ ମଧ୍ୟରେ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାରକୁ ନିଆଯାଇ ଏହି ଚୟନ କରାଯାଇଛି ।

Leave A Reply

Your email address will not be published.