Latest Odisha News

ଓଡ଼ିଶାର ପ୍ରତିଟି ରାସ୍ତାଘାଟ, ରେଲୱେ ଷ୍ଟେସନରେ ମଧ୍ୟ ଶୁଭିଲା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ତ୍ୟାଗ ଓ କର୍ତ୍ତବ୍ୟକୁ ସମ୍ମାନ ଜଣାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ ଶନିବାର ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବାକୁ । ଓଡ଼ିଶାର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ରାଜ୍ୟର ଅଧିକାଂଶ ଜନସାଧାରଣ ନିଜ ଘରେ, ବଜାର ଘାଟରେ ଏପରିକି ରେଲୱେ ଷ୍ଟେସନ ଗୁଡ଼ିକରେ ମଧ୍ୟ ବୋଲିଛନ୍ତି ବନ୍ଦେ ଉତ୍କଳ ଜନନୀ ।

ଓଡ଼ିଶାର ବିଭିନ୍ନ ରେଲୱେ ଷ୍ଟେସନରେ ମଧ୍ୟ ରେଲୱେ କର୍ମଚାରୀମାନେ ଏକତ୍ରୀତ ହୋଇ ଗାଇଛନ୍ତି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ । ରାଜ୍ୟର ବ୍ୟସ୍ତବହୁଳ ଖୋର୍ଦ୍ଧା ରେଲୱେ ଷ୍ଟେସନରେ ସମସ୍ତ ରେଲୱେ ବିଭାଗର କର୍ମଚାରୀମାନେ ଏକାଠି ହୋଇ ବନ୍ଦେ ଉତ୍କଳ ଜନନୀ ଗୀତ ବୋଲି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ ।

ସେହିପରି ଭାବେ କଟକ ରେଲୱେ ଷ୍ଟେସନରେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ବୋଲାଯାଇ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି ।

ଭୁବନେଶ୍ୱରସ୍ଥିତ ବାପୁଜୀ ନଗର ନାଗରିକ କମିଟି ପକ୍ଷରୁ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗୀତ ବୋଲାଯାଇ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଛି । ସମସ୍ତ ସଦସ୍ୟ ଏବଂ କାର୍ଯ୍ୟକର୍ତ୍ତାମାନେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ସଙ୍ଗୀତ ବୋଲିବା ଦେଖାଯାଇଛି ।

ସମ୍ବଲପୁର ରେଲୱେ ଷ୍ଟେସନରେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ବୋଲାଯାଇ କରୋନା ଯୋଦ୍ଧାମାନଙ୍କ ସମ୍ମାନାର୍ଥେ ସମ୍ମାନ ପ୍ରଦର୍ଶନ କରାଯାଇଛି । ଏଠାରେ ସମସ୍ତ ରେଳବାଇ କର୍ମଚାରୀମାନେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ସଙ୍ଗୀତ ବୋଲିବା ଦେଖାଯାଇଛି ।

ଭୁବନେଶ୍ୱର ଷ୍ଟେସନରେ ରେଳବାଇ କର୍ମଚାରୀମାନେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଏକସ୍ୱରରେ ଗାଇ ଉଠିଥିଲେ ବନ୍ଦେ ଉତ୍କଳ ଜନନୀ । ସେହିପରି ରେଳକୁଞ୍ଜରେ ମଧ୍ୟ ଇଷ୍ଟକୋଷ୍ଟ ରେଲୱ କର୍ମଚାରୀମାନେ ଏକସ୍ୱରରେ ବନ୍ଦେ ଉତ୍କଳ ଜନନୀ ଗୀତ ବୋଲିଥିଲେ ।

Leave A Reply

Your email address will not be published.