Latest Odisha News

ଜ୍ଞାନବାପୀ ପରିସରରେ ବିଶ୍ୱେଶ୍ୱରଙ୍କ ପୂଜା ଅଧିକାରର ଆଜି ହେବ ଶୁଣାଣି

ବାରଣାସୀ:ବାରାଣାସୀର ଫାଷ୍ଟ-ଟ୍ରାକ କୋର୍ଟ ଆଜି ଜ୍ଞାନବାପୀ ପରିସରରେ ‘ଶିବଲିଙ୍ଗ’ର ପୂଜାପାଠ ପାଇଁ ହୋଇଥିବା ଆବେଦନର ଶୁଣାଣି କରିବେ । ହିନ୍ଦୁ ପକ୍ଷର ଆବେଦନକୁ ଗ୍ରହଣ କରି କୋର୍ଟ ଆଜି ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ।

BjdElectrycity

ହିନ୍ଦୁ ପକ୍ଷ ଓକିଲଙ୍କ କହିବା ମୁତାବକ ଜ୍ୟୋତିର୍ଲିଙ୍ଗ ଭଗବାନ୍ ବିଶ୍ୱେଶ୍ୱରଙ୍କ ପୂଜା ପାଇଁ ହିନ୍ଦୁ ପକ୍ଷ କରିଥିବା ଆବେଦନ ଉପରେ ବିଚାରପତି ଆଜି ନିଷ୍ପତ୍ତି ନେବେ । ହିନ୍ଦୁମାନେ ପୂଜା  ଆରମ୍ଭ କରିବେ କି ନା ତା ଉପରେ ରାୟ ଶୁଣାଇବେ । ପୂର୍ବରୁ ହିନ୍ଦୁ ପକ୍ଷ  ମସଜିଦର ୱାଜୁଖାନା ଭିତରେ ମିଳିଥିବା ଶିବଲିଙ୍ଗ ର କାର୍ବନ ଡେଟିଂ ଦାବି କରିଥିଲେ। ଯାହାକୁ କୋର୍ଟ ଖାରଜ କରିଦେଇଥିଲେ । ଏବେ ପୂଜା କରିବାକୁ ଅନୁମତି ଦେବେ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଜ୍ଞାନବାପୀ ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ବିଷ୍ଣୁ ଜୈନ ଏହା ସତ୍ୟ ଯେ ଏଠାରେ ବିଶ୍ବେଶ୍ବର ପୂଜା ପାଉଥିଲେ  । ତେଣୁ ଆଗାମୀ ଦିନରେ ଆମେ ପୂଜା ପାଇଁ କୋର୍ଟଙ୍କ ଠାରୁ ଅନୁମତି ପାଇବୁ ।

ମୁସଲିମ ପକ୍ଷ କହିବା କଥା ଏଠାରେ ମନ୍ଦିର ଥିବା କହିବା ଭୁଲ ।  ଶିବ ପୂଜାର କିଛି ପ୍ରମାଣ ନାହିଁ । ତେଣୁ ମସଜିଦର ଆକାରରେ କୈାଣସି ପରିବର୍ତ୍ତନ ହେବା ଜରୁରୀ ନୁହେଁ ।

ତେବେ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିଛନ୍ତି । ଆଜି ପୂଜା କରିବା ନେଇ କୋର୍ଟ କି ରାୟ ଦେଉଛନ୍ତି ତାକୁ ଅପେକ୍ଷା

Leave A Reply

Your email address will not be published.