Latest Odisha News

ବାରଣାସୀରେ ବିିଳମ୍ବିତ ରାତିରେ ବିକାଶମୂଳକ କାମ ବୁଲି ଦେଖିଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱନାଥ କରିଡରର ଉଦଘାଟନ କରିବା ପରେ ସୋମବାର ବିଳମ୍ବିତ ରାତିରେ ବାରଣାସୀରେ ବିକାଶମୂଳକ କାର୍ଯ୍ୟର ଯାଞ୍ଚ କରିଛନ୍ତି । ରାତି ୧ଟାଏ ସମୟରେ ବନାରସ ରେଲଓ୍ବେ ଷ୍ଟେସନକୁ ବୁଲି ଦେଖିଛନ୍ତି ମୋଦି ।  ପବିତ୍ର ସହର ପାଇଁ ସର୍ବୋତ୍ତମ ଭିତ୍ତିଭୂମି ସୃଷ୍ଟି ରେ ସରକାରଙ୍କ ଗୁରୁତ୍ୱପୂଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ମଧ୍ୟ ରାତ୍ରୀରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯାଇ ବିକାଶ ମୂଳକ କାମ ତର୍ଜମା କରିଥିଲେ । କାଶୀରେ ପ୍ରମୁଖ ବିକାଶ କାର୍ଯ୍ୟକୁ ଯାଞ୍ଚ କରିବା ଏହି ପବିତ୍ର ସହର ପାଇଁ ଭିତ୍ତିଭୂମି ସୃଷ୍ଟି କରିବା ଆମ ପ୍ରୟାସ ଜାରି ରହବ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏହି ପରିଦର୍ଶନ ସମୟର କିଛି ଫଟୋକୁ ମୋଦି ନିଜ ଟ୍ୱିଟର ଆକାଉଣ୍ଟ ରେ ସେୟାର କରିଛନ୍ତି ।

ପରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା କିଛି ଲୋକମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି କାଶୀ ବିଶ୍ୱନାଥ ମନ୍ଦିର କରିଡରର ଉଦଘାଟନ ପାଇଁ କାଶୀ ଆଶିଛନ୍ତି ।

Leave A Reply

Your email address will not be published.