Latest Odisha News

ୟୁପିରେ ଭୋଟ୍ ଗଣତି ପୂର୍ବରୁ ଇଭିଏମକୁ ନେଇ ଅଖିଳେଶ ଉଠାଇଲେ ପ୍ରଶ୍ନ

ବାରଣାସୀ: ରାତି ପାହିଲେ ଉତ୍ତର ପ୍ରଦେଶ ସମେତ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ହେବ । ଏହା ପୂର୍ବରୁ ୟୁପି ବାରଣାସୀରେ ଇଭିଏମ୍ ମେସିନକୁ ଅସୁରକ୍ଷିତ ଭାବରେ ନିଆଯାଉଥିବା ଅଭିଯୋଗ ଆଣିଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ । ଆଉ ପ୍ରେସ କନଫରେନସ କରି ଏକଜିଟ୍ ପୋଲ୍ ସହିତ ମିଡିଆ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଶାସକ ଦଳ ଭୋଟ୍ ଗଡବଡ କରି ନିଜ ସପକ୍ଷରେ ନେବାକୁ ପ୍ରୟାସ କରୁଛି ସେଥିପାଇଁ ଇଭିଏମକୁ ମୋହରା କରିଛି ।

ବାରଣାସୀରେ ଏକ ଟ୍ରକରେ ଇଭିଏମ ବକ୍ସ ନିଆଯାଉଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓକୁ ପ୍ରସଙ୍ଗ କରି ଇଭିଏମ ବାକ୍ସ କିଏ ନେଉଥିଲା, କୁଆଡେ ଯାଉଥିଲା ଏବଂ ଏହି ଇଭିଏମ ଭୋଟିଂରେ ବ୍ୟବହାର ହୋଇଥିଲା କି ନାହିଁ ଭଳି ଅନେକ ଅସମାହିତ ପ୍ରଶ୍ନ ଛିଡା ହୋଇଛିା କିନ୍ତୁ ନିର୍ବାଚନ ବେଳେ ଏସବୁର ଉତ୍ତରଦାୟୀ ଭାବେ ନିର୍ବାଚନ କମିଶନ ଜବାବ ରଖିବା ଦରକାର ।

ଏବେ ଏହାକୁ ପ୍ରସଙ୍ଗ କରି ଅଖିଳେଶ ଯାଦବ ସିଧା ଶାସକ ଦଳ ବିଜେପି ଉପରେ ବର୍ଷିଛନ୍ତି । ଅଖିଳେଶ ପ୍ରେସମିଟ୍ କରି ଏକ ନୂଆ ବର୍ତ୍ତା ଦେଇଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଯଦି ଠିକ୍ ଭାବେ ଇଭିଏମରେ ଭୋଟ୍ ଗଣତି ହେବ ତାହେଲେ ସେ ସରକାର ଗଢିବେ । ଆଉ ଠିକ୍ ଭାବରେ ଗଣତି ନହେବ ତାହେଲେ ଯୋଗୀ ମୁଖ୍ୟମନ୍ତ୍ରୀ ହେବେ । ଖାଲି ଏତିକି ନୁହେଁ ତାଙ୍କ ଦଳ ଏବଂ ସହଯୋଗୀ ମିଶି ୪୦୩ ବିଧାନସଭା ଆସନରୁ ଏକାକୀ ୩୦୦ରୁ ଅଧିକ ଆସନରେ ବିଜୟୀ ହେବେ ବୋଲି କହିଛନ୍ତି ।

ୟୁପିର ସପ୍ତମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ପରେ ସୋମବାର ସଂଧ୍ୟାରେ ଏକଜିଟ୍ ପୋଲ୍ ପ୍ରକାଶ ପାଇଥିଲା । ଯେଉଁଥିରେ ୟୁପିରେ ମୋଦୀ-ଯୋଗୀଙ୍କୁ ଲୋକେ ଭରସା କରିଥିବା ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ଆକଳନ କରିଛି । ଏହାପରେ ବିରୋଧୀ କ୍ୟାମ୍ପ ଶିବିର ଥଣ୍ଡା ପଡିଛି । କିନ୍ତୁ ପଶ୍ଚିମବଙ୍ଗ ବିଧାନସଭା ବେଳେ ମଧ୍ୟ ଏକଜିଟ୍ ପୋଲ ରିପୋର୍ଟ ସତ ହୋଇନି ।

ଏବେ ଏକଜିଟ ପୋଲ ଏବଂ ଇଭିଏମକୁ ଯୋଡି ଅଖିଳେଶ କହିଛନ୍ତି, ୟୁପିରେ ବିଜେପି ହାରିବାକୁ ଯାଉଛିା ଏକଜିଟ୍ ପୋଲ ଜରିଆରେ ଗୋଟିଏ ମାହୋଲ ତିଆରି କରାଯାଉଛି । ଆଉ ଇଭିଏମ ଜରିଆର ଭୋଟ୍ ଜାଲିଆତି କରିବାକୁ ଶାସକ ଦଳ ପ୍ରୟାସ କରୁଛି । ତେଣୁ ଏପରି କାମକୁ ରୋକିବା ପାଇଁ ସେ ତାଙ୍କ ସମର୍ଥକ ଓ ଦଳୀୟ କର୍ମୀଙ୍କୁ ଭୋଟ୍ ଗଣତି ଆଗରେ ଜଗିବାକୁ କହିଛନ୍ତି । ଏହା ଗଣତନ୍ତ୍ରର ଅନ୍ତିମ ଲଢେଇ । ଯଦି ଏଥିରେ ପରିବର୍ତନ ନହୁଏ ତାହେଲେ ଦେଶରେ ସ୍ୱାଧୀନତା ଆଣିବାକୁ ଯେପରି କ୍ରାନ୍ତି ଆଣିବାକୁ ପଡିଥିଲା ସେହିପରି କ୍ରାନ୍ତି ଆଣିବାକୁ ପଡିବ ବୋଲି ଅଖିଳେଶ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ମୋଦୀ ସରକାର ସମୟରେ ଇଭିଏମ ଉପରେ ବିରୋଧୀ ପ୍ରଶ୍ନ ଉଠାଇବା ନୂଆ କଥା ନୁହେଁ । ପଶ୍ଚିମବଙ୍ଗରେ ମଧ୍ୟ ମମତା ବାନାର୍ଜୀ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିଲେ । ହେଲେ ବିଜୟୀ ହେବା ପରେ ଇଭିଏମକୁ ନେଇ ନିରବ ରହିଥିଲେ ।

ଅନ୍ୟପଟେ ନିର୍ବାଚନ କମିଶନ ଏହି ପ୍ରସଙ୍ଗରେ ସଫେଇ ଦେଇଛି । ଯେଉଁ ଇଭିଏମ ଟ୍ରକରେ ଯାଉଥିବାର ଭିଡିଓ ଜାରି ହୋଇଛି ତାହା ଟ୍ରେନିଂ ପାଇଁ ବାହାରକୁ ଯାଉଥିଲା । ଭୋଟିଂ ମେସିନରେ କୌଣସି ପ୍ରକାର ଅନିୟମିତତା ରୋକିବାକୁ ନିର୍ବାଚନ କମିଶନ ବେଶ ଯତ୍ନବାନ ବୋଲି ନିର୍ବାଚନ କମିଶନ କହିଛନ୍ତି।

ଇଭିଏମ କେତେ ସୁରକ୍ଷିତ?

୧୧ ବର୍ଷ ତଳେ ଆମେରିକାର ମିଚିଗାନ ବିଶ୍ୱବିଦ୍ୟାଳୟରେ ଜଣେ ବୈଜ୍ଞାନିକ ଏକ ମୋବାଇଲ ଡିଭାଇସ ଏବ ଂ ମେସିନ ଜରିଆରେ ଇଭିଏମକୁ ନିଜ ଇଚ୍ଛାରେ କମାଣ୍ଡ ଦେଇ ହେବ । ଅର୍ଥାତ ଫୋନରେ ମଧ୍ୟ ହ୍ୟାକ କରିହେବ । କିନ୍ତୁ ଭାରତରେ ଏପରି କରିବାରୁ ଥରେ ପରୀକ୍ଷା ହୋଇଥିଲା । କିନ୍ତୁ ଇଭିଏମର ସୁରକ୍ଷାକୁ ଭେଦ କରିପାରିନଥିଲେ ବୈଜ୍ଞାନିକ । ଭାରତ ବ୍ୟତୀତ ୩୫ଟି ଦେଶରେ ଭୋଟ୍ ବେଳେ ଇଭିଏମ ବ୍ୟବହାର ହୁଏ । ପ୍ରାୟତଃ ଅନେକ ଦେଶରେ ଇଭିଏମକୁ ନେଇ ପ୍ରଶ୍ନ ଉଠିଛି । ଭେନେଜୁଏଲାରେ ଭୋଟିଂ ବେଳେ ୧୦ ଲକ୍ଷ ଅଧିକ ଭୋଟ୍ ଆସିଥିଲା କିନ୍ତୁ କେମିତି ଏତେ ସଂଖ୍ୟକ ଭୋଟିଂ ହେଲା ତାର ଜବାବ ମିଳିନଥିଲା । ଆର୍ଜେଂଟିନାରେ ମଧ୍ୟ ଇଭିଏମକୁ ବହୁତ ବିରୋଧର ସାମ୍ନା କରିବାକୁ ପଡେ । ୨୦୧୮ରେ ଇଭିଏମରେ ଗଡବଡ ଥାଇପାରେ ଆଶଙ୍କା କରି ଦ୍ୱିତୀୟ ଥର ଗଣତି ହୋଇଥିଲା । ବ୍ରିଟେନରେ ଇଭିଏମ ଉପରେ ଭରସା ନଥାଏ । ତେଣୁ ଏଠାରେ ନିର୍ବାଚନ ବ୍ୟାଲଟ ପେପରରେ ହୁଏ । ନିକଟରେ ୟୁପିରେ ପଞ୍ଚାୟତ ନିର୍ବାଚନ ହୋଇଥିଲା । ଏହି ସମୟରେ ଇଭିଏମ ବ୍ୟବହାର ହୋଇନଥିଲାା କିନ୍ତୁ ବିଜେପି ବିଜୟୀ ହେବା ପରେ ବିରୋଧୀ ସମାଜବାଦୀ ପାର୍ଟି ସରକାର ଉପରେ ଭୋଟ୍ ଜାଲିଆତି କରିଥିବା ଅଭିଯୋଗ ଆଣିଥିଲାା

ଇଭିଏମକୁ ନେଇ ବିଜେପିର ଜବାବ

କିନ୍ତୁ ଇଭିଏମର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଲେ ବିଜେପି ଏହାର ଜବାବ ଦେବାକୁ ଯାଇ କୁହେ ଯେତେବେଳେ ଦିଲ୍ଲୀେ କେଜ୍ରିୱାଲ ସରକାର ବିଜୟୀ ହୁଅନ୍ତି ସେତେବେଳେ ଇଭିଏମ ପ୍ରସଙ୍ଗ ଉଠେନି, ରାଜସ୍ଥାନ, ଛତିଶଗଡ ଏବଂ ପଶ୍ଚିମବଙ୍ଗରେ ବିଜେପି ହାରିଲେ କେବେ ବି ଇଭିଏମ ଉପରେ ପ୍ରଶ୍ନ ଉଠେନି । ତେଣୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର କେଇ ଘଂଟା ପୂର୍ବରୁ ଅଖିଳେଶ ଯାଦବ ଇଭିଏମରେ ଜାଲିଆତି ହେଉଛି ବୋଲି ପ୍ରଶ୍ନ କରିବା ଉତ୍ତରଦାୟିତ୍ୱରୁ ଖସିଯିବାକୁ ଏକ ରାଜନୈତିକ ମୁଦ୍ଦା କି ତାହା ଏବେ ବଡ ପ୍ରଶ୍ନ ।

Comments are closed.