Latest Odisha News

BREAKING NEWS

ଆସନ୍ତା ଜାନୁୟାରୀ ୨୪ ରେ ହାତକୁ ‘ଦି’ହାତ ହେବେ ବରୁଣ!

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧାୱନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଖବର ଅନୁଯାୟୀ, ଏହି ମାସରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ। ଉଭୟଙ୍କ ବିବାହକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ଲାଗି ରହିଥିଲା। ଯାହା ଶୁଣିବାକୁ ମିଳୁଥିଲା ଯେ ବରୁଣ ଏବଂ ନତାଶା ୨୦୨୦ ମସିହାରେ ବିବାହ କରିଥାନ୍ତେ। କିନ୍ତୁ ତାହା ହୋଇ ନଥିଲା।
କିନ୍ତୁ ସଦ୍ୟତମ ସୂଚନା ଅନୁଯାୟୀ ସ୍ପଷ୍ଟ ହୋଇଛି ଯେ ଉଭୟ ଚଳିତ ମାସରେ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ଜାନୁୟାରୀ ୨୪ ରେ ବରୁଣ ଏବଂ ନତାଶା ବିବାହ କରିବେ। ବରୁଣଙ୍କ ବିବାହ କାର୍ଯ୍ୟ ଜାନୁୟାରୀ ୨୨ ରୁ ଆରମ୍ଭ ହୋଇ ଜାନୁୟାରୀ ୨୫ ପର୍ଯ୍ୟନ୍ତ ଚାଲିବ। ଏହି ସମସ୍ତ ଖବର ଜାଣିବା ପରେ, ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି। ବରୁଣଙ୍କୁ ବର ବେଶରେ ଦେଖିବା ପାଇଁ ତାଙ୍କ ପ୍ରଶଂସକଙ୍କମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
Leave A Reply

Your email address will not be published.