Latest Odisha News

BREAKING NEWS

ଜ୍ୟୋର୍ତିବିଦ ଚନ୍ଦ୍ରଶେଖର ଗୁରୁଜୀଙ୍କୁ ହୋଟେଲରେ ଛୁରି ଭୁଷି ହତ୍ୟା

ବେଙ୍ଗାଲୁରୁ: ‘ସରଳ ବାସ୍ତୁ’ କାର୍ଯ୍ୟକ୍ରମ କରୁଥିବା ଜ୍ୟୋର୍ତିବିଦ ଚନ୍ଦ୍ରଶେଖର ଗୁରୁଜୀଙ୍କୁ ମଙ୍ଗଳବାର ଛୁରି ମାରି ହତ୍ୟା କରାଯାଇଛି । କର୍ଣ୍ଣାଟକର ହୁବଳି ଠାରେ ଏକ ହୋଟେଲର ରିସେପ୍ସନ ପାଖରେ ଦୁଇ ଜଣ ଚନ୍ଦ୍ରଶେଖରଙ୍କୁ ଛୁରି ଭୁଷି ହତ୍ୟା କରିଛନ୍ତି । ହୋଟେଲ ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ଲୋକ ତାଙ୍କୁ ବାରମ୍ବାର ଛୁରି ମାରୁଛନ୍ତି ।

BjdElectrycity

ଚନ୍ଦ୍ରଶେଖରଙ୍କ ଜଣେ ସଂପର୍କୀୟଙ୍କ ମୃତ୍ୟୁ ପାଇଁ ସେ କର୍ଣ୍ଣାଟକ ଯାଇଥିଲେ । ଗତ ତିନିଦିନ ତଳେ ତାଙ୍କ ପରିବାରର ଜଣେ ଶିଶୁର ମୃତ୍ୟୁ ହୋଇଥିଲା । ଅନ୍ତିମ ସଂସ୍କାର ପାଇଁ ଆସିଥିବା ଚନ୍ଦ୍ରଶେଖରଙ୍କୁ ଦୁଇ ଦୁର୍ବୃତ୍ତ ହତ୍ୟା କରିଥିଲେ । ଘଟଣା ଖବର ପୋଲିସ ନିକଟରେ ପହଞ୍ଚିବା ପରେ କମିଶନର ଲଭୁ ରାମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି ।

ବଗଲକୋଟର ବାସିନ୍ଦା ମୁମ୍ବାଇ ଚାକିରି କରିବାକୁ ଯାଇ ପ୍ରଥମେ ଏକ କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟ କରୁଥିଲେ । ପରେ ଜ୍ୟୋତିଷ ଦୁନିଆରା ପାଦ ଥାପି ବେଶ୍ ଚର୍ଚ୍ଚିତ ହୋଇଥିଲେ ଚନ୍ଦ୍ରଶେଖର ଗୁରୁଜୀ ।

 

Leave A Reply

Your email address will not be published.