Latest Odisha News

ଅନ୍ୟର ଏହି ଜିନିଷ ବ୍ୟବହାର କରନ୍ତୁ ନାହିଁ, ପଡିବେ ଅସୁବିଧାରେ..

ଭୁବନେଶ୍ବର: ବେଳେବେଳେ ଆମେ କିଛି ଜିନିଷ ଅନ୍ୟଠାରୁ ମାଗିକି ବ୍ୟବହାର କରିଥାଉ । କାରଣ ଭିନ୍ନ ଭିନ୍ନ ହୋଇପାରେ । ଅସୁବିଧାରେ ହେଲେ ଜଣେ ଅନ୍ୟଠାରୁ ସାହାଯ୍ୟ ମାଗିବା ସ୍ବାଭାବିକ କଥା ଆଉ ନହେଲେ ପ୍ରୟ ବନ୍ଧୁଙ୍କ ଜିନିଷଟା ମାଗି ଦିନେଅଧେ ବ୍ୟବହାର କରିଦେଇଥାଉ । କିନ୍ତୁ ଜାଣିଛନ୍ତି କି ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ରହିଛି ଅନ୍ୟଠାରୁ ମାଗି ବ୍ୟବହାର କଲେ ଅସୁବିଧା ଭୋଗିବାକୁ ପଡେ..

-ହାତରେ ପିନ୍ଧାଯାଇଥିବା ଘଣ୍ଟା ଅନ୍ୟଠାରୁ ମାଗି ପିନ୍ଧିଲେ, ତାଙ୍କର ଭାଗ୍ୟଦୋଷ ଅନ୍ୟ ଜଣଙ୍କୁ ଭୋଗିବାକୁ ପଡିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

– ସେହିପରି ଅନ୍ୟର ଜୋତା, ଚପଲ ବ୍ୟବହାର କରିବା ଠିକ୍ ନୁହେଁ । ଯେମିତି କି ଆର୍ଥିକ ସମସ୍ୟା, ସ୍ବାସ୍ଥ୍ୟରେ ଅବନତି, ଗୃହରେ କ୍ଲେଶ ହୋଇଥାଏ।  ବାସ୍ତୁଶାସ୍ତ୍ର ଅନୁସାରେ , ଯେତେ ଅସୁବିଧାରେ ଥିଲେ ବି କାହାଠାରୁ ଜୋତା ମାଗିକି ବ୍ୟବହାର କରିବା କଥା ନୁହେଁ ।

-ବେଳେବେଳେ ଦେଖାଯାଏ ସାଙ୍ଗସାଥୀମାନେ ଡ୍ରେସ୍‌ ଶେୟାରିଂ କରିଥାନ୍ତି । ଏହି ଡ୍ରେସ୍‌ ଦ୍ୱାରା ହିଁ ନକାରାତ୍ମକ ଶକ୍ତି ବେଶି ଉତ୍ପନ୍ନ ହୋଇଥାଏ। ଅର୍ଥାତ୍‌ ଯଦି ଜଣଙ୍କ ଉପରେ ନକାରାତ୍ମକ ଉର୍ଜାର ପ୍ରଭାବ ରହିଥାଏ ଓ ତାଙ୍କଠାରୁ ଡ୍ରେସ୍‌ ମାଗିକି ଆଣି କେହି ପିନ୍ଧନ୍ତି, ତେବେ ସେହି ନକାରାତ୍ମକ ଉର୍ଜା ତାଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ଚାଲିଯାଏ।

-ଅନ୍ୟଠାରୁ ମୁଦି ମାଗି ଆଣି ବ୍ୟବହାର କରିବା ବି ଠିକ୍ ନୁହେଁ। ଅଜାଣତରେ ହେଉ ପଛେ ଏହାଦ୍ୱାରା ଗ୍ରହ ଦୋଷ ଉତ୍ପନ୍ନ ହୋଇଥାଏ ।

Leave A Reply

Your email address will not be published.