Latest Odisha News

BREAKING NEWS

ଭୋଜନ ପରଷିବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ନଚେତ…

ଭୁବନେଶ୍ଵର: କଥାରେ ଅଛି ମନୁଷ୍ୟ ନିଜ ଜୀବନରେ ଶାନ୍ତିରେ ଦୁଇ ବକ୍ତ ଖାଦ୍ୟ ଖାଇବା ପାଇଁ ସକାଳୁ ରାତି ଯାଏଁ ପରିଶ୍ରମ କରିଥାଏ । ମାତ୍ର ଅନେକ ସମୟରେ କର୍ମବ୍ୟସ୍ତତା ମଧ୍ୟରେ ହେଉ ଅଥବା ଜାଣତରେ ଅଜାଣତରେ ଏଭଳି କିଛି ଭୁଲ ହୋଇଯାଏ, ଯାହାର କୁପ୍ରଭାବ ଜୀବନ ଉପରେ ପଡିଥାଏ । ଧାର୍ମିକ ଶାସ୍ତ୍ରରେ ଏଭଳି କେତେକ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାର ପାଳନ କରିବା ଦ୍ୱାରା ଶୁଭଫଳ ମିଳିଥାଏ । ସେଗୁଡିକର ଅବମାନନା କରିବା ଦ୍ୱାରା ଜୀବନରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।

ସାଧାରଣତଃ ପ୍ରତ୍ୟକ ପରିବାରରେ ମୁଖ୍ୟତଃ ମହିଳାମାନେ ଘରର ସମସ୍ତ ସଦସ୍ୟଙ୍କୁ ଭୋଜନ ପରଷିଥାଆନ୍ତି ।କିନ୍ତୁ ବାସ୍ତୁ ଶାସ୍ତ୍ରରେ ଖାଦ୍ୟ ପରଷିବା ସମୟରେ କିଛି ବିଶେଷ ନିୟମ ସମ୍ପର୍କରେ ଉଲ୍ଲେଖ ରହିଛି,ଯାହାକୁ ନିଶ୍ଚିତ ଭାବରେ ପାଳନ କରିବା ଉତିତ୍। ଏହା କରିବା ଦ୍ୱାରା ଘରେ ସୁଖଶାନ୍ତି ବିରାଜମାନ ହେବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ନିୟମଗୁଡ଼ିକ ବିଷୟରେ-

କୌଣସି ବ୍ୟକ୍ତିଙ୍କୁ ଏକା ସାଙ୍ଗରେ ୩ ଖଣ୍ଡ ରୁଟି ଖାଇବାକୁ ଦିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ଅଶୁଭ ଫଳ ମିଳିଥାଏ। ଏହାସହ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଥାଏ । ସେହିପରି ରାତିରେ ବଳି ଯାଇଥିବା ବାସି ଅଟା ଗୋଳା ଫ୍ରିଜରେ ରଖି ସକାଳେ ଖାଆନ୍ତୁ ନାହିଁ। ଏହା କରିବା ଦ୍ୱାରା ଘରେ ଅଶାନ୍ତି ଲାଗି ରହିବା ସହ ସବୁବେଳେ ଅଭାବଅନଟନ ଲାଗି ରହିବ।

କାହାକୁ ରୁଟି ଖାଇବାକୁ ଦେବାବେଳେ ରୁଟିକୁ ହାତରେ ଧରି ଆଣି ଖାଇବାକୁ ଦିଅନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଘରେ ସବୁବେଳେ ଅଭାବଅନଟନ ଲାଗିରହିଥାଏ । ରାତିରେ ବଳି ପଡ଼ିଥିବା ବାସିରୁଟିକୁ ନିଜେ ଖାଇଦେବା ଭଲ। ଏହି ବାସି ରୁଟିକୁ ସାଧୁ,ସନ୍ଥ ଓ ଭିକାରୀଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ମା’ ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି।

 

Comments are closed.