ଲକ୍ଷ୍ନୌ:ସେଲିବ୍ରେଟି ଗାୟିକା କନିକା କାପୁରଙ୍କ ଦାୟିତ୍ୱହୀନତା ଯୋଗୁ ଅନେକ କୋରନା ଭାଇରସରେ ଆକ୍ରାନ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ଶନିବାର ମିଳିଥିବା ରିପୋର୍ଟ ମୁତାବକ ତାଙ୍କ ସଂସ୍ପର୍ଶରେ ଆସିଥିବା ୫୦ ଜଣଙ୍କ ମଧ୍ୟରୁ ୪୫ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏଥିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ପୁତ୍ର ଦୁଷ୍ମନ୍ତ ସିଂ, ଉତରପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂଙ୍କ ନାମ ରହିଛି ।
ଅପରପକ୍ଷରେ କନିକାଙ୍କ ବିରୋଧରେ ଲକ୍ଷ୍ନୌର ୩ଟି ଥାନାରେ ଏଫଆଇଆର ରୁଜୁ କରାଯାଇଛି । ନେଗେଟିଭ୍ ରିପୋର୍ଟ ଆସିବା ନେଇ ବସୁନ୍ଧରା ରାଜେ ଖୁସି ବ୍ୟକ୍ତ କରିଛନ୍ତି । ତଥାପି ଆମେମାନେ ଆହୁରି ୧୫ ଦିନ ବ୍ୟକ୍ତିଗତ ଆଇସୋଲେଶନରେ ରହିବୁ ବୋଲି ସେ କହିଛନ୍ତି ।
Comments are closed.