Latest Odisha News

BREAKING NEWS

ଭାରତର ୱାଟର ବେବୀ: ୨ ବର୍ଷ ହୋଇନି, ସନ୍ତରଣରେ କରୁଛନ୍ତି କମାଲ

ନୂଆଦିଲ୍ଲୀ: ମହାରାଷ୍ଟ୍ରର କୁନି ଝିଅ ବେଦା ପାରେଶ ସରଫେରା ଏବେ ଭାରତର ୱାଟର ବେବୀ ଭାବେ ପରିଚିତ ହୋଇଛନ୍ତି । ଏହି କୁନି ଝିଅର ବୟସ ୧ ବର୍ଷ ୯ ମାସ । ସେ ସବୁଠାରୁ କମ ବୟସରେ ୧୦୦ ମିଟର ପହଁରିବାରେ ରେକର୍ଡ କରିଛନ୍ତି । ବେଦାଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛି । ବେଦା ସ୍ଥାନୀୟ ନଗରପାଳିକା ସୁଇମିଂ ପୁଲରେ ୪ଟି ଲ୍ୟାପ୍ସ ମାନେ ୧୦୦ ମିଟର ସହଜରେ ପହଁରିଥିଲେ । ଏଥିପାଇଁ ସେ ୧୦ ମିନିଟ ଓ ୮ ସେକେଣ୍ଡ ସମୟ ନେଇଥିଲେ । ବେଦାଙ୍କ ପରିବାରଲୋକ ସେ ଏତେ ବଡ ରେକର୍ଡ କରିଛି ବୋଲି ଜାଣି ନ ଥିଲେ ।

ଇଣ୍ଡିଆ ବୁକ ଅଫ ରେକର୍ଡସରୁ ଇମେଲ ଆସିବା ପରେ ସେମାନଙ୍କ ପଦେ ତଳେ ଲାଗି ନ ଥିଲା । ବେଦା ତାଙ୍କ ଭାଇଙ୍କ ସହ ରତ୍ନାଗିରୀ ସରକାରୀ ସୁଇମିଂ ପୁଲକୁ ସୁଇମିଂ ପାଇଁ ଯାଉଥିଲେ । ସେତେବେଳେ ତାଙ୍କ ବୟସ ମାତ୍ର ୯ମାସ ହୋଇଥିଲା । ସେଠାକାର କୋଚ ମହେଶ ମିଲକେ ଦିନେ ବେଦାଙ୍କୁ ପାଣିରେ ଛାଡିଥିଲେ । ବାସ ସେବେଠାରୁ ସେ ୱାଟର ବେବୀ ସାଜିଛନ୍ତି । ମାତ୍ର ୨୧ ମାସରେ ସେ ଜଣେ ଭଲ ସନ୍ତରଣକାରୀ ହୋଇପାରିଛନ୍ତି ।

Leave A Reply

Your email address will not be published.