Latest Odisha News

ବେଦାନ୍ତ ଆଲୁମିନିୟମକୁ ବକ୍ସାଇଟ ବିଶୋଧନ ପ୍ରକ୍ରିୟାରେ ଅଭିନବ ସଫଳତା

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଭାରତର ଆଲୁମିନିୟମ ନିର୍ମାତା ବକ୍ସାଇଟ ଅବଶିଷ୍ଟ ଉତ୍ପାଦକୁ ବହୁମାତ୍ରାରେ ହ୍ରାସ କରିବା ଲାଗି ଏକ ପ୍ରକ୍ରିୟାର ଶୁଭାରମ୍ଭ କରିଛି । ଯାହା ଆଲୁମିନିୟମ ବିଶୋଧନ ପ୍ରକ୍ରିୟାରେ ବକ୍ସାଇଟ ଅବଶିଷ୍ଟାଂଶକୁ ୩୦% ହ୍ରାସ କରିବ । ଏହି ପ୍ରକ୍ରିୟା ଦକ୍ଷତା ଉତ୍ସକୁ ବୃଦ୍ଧି କରିବ ଓ ବିଶୋଧନ ସମୟରେ କମ ଶକ୍ତି ଦରକାର କରିବ । ଏହି ଗବେଷଣା ପ୍ରକଳ୍ପକୁ ବେଦାନ୍ତର ବିଶ୍ୱସ୍ତରୀୟ ଆଲୁମିନା ହାଉସ ଲାଂଜିଗଡ଼ର ସମର୍ଥନ ସହିତ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଖଡ଼ଗପୁରଙ୍କ ସହଯୋଗରେ କମ୍ପାନିର ଗବେଷଣା ଓ ବିକାଶ ବିଭାଗ ଦ୍ୱାରା ପରିଚାଳିତ ହେବ । ଏହା ଗ୍ଲୋବାଲ ଆଲୁମିନିୟମ ଶିଳ୍ପ ଉପରେ ସ୍ଥାୟୀ ପ୍ରଭାବ ପକାଇବ ।

ଆଲୁମିିନିୟମ ପ୍ରସ୍ତୁତି ପାଇଁ ବକ୍ସାଇଟ ହେଉଛି ମୌଳିକ ଧାତୁ ଓ ଏହାକୁ ବିଶୋଧନ କରାଯାଇ ଆଲୁମିନିୟମ ଉତ୍ପାଦ ପ୍ରସ୍ତୁତ କରାଯାଏ । ଏହି ବିଶୋଧନ ପ୍ରକ୍ରିୟାରୁ ବକ୍ସାଇଟର ଅବଶିଷ୍ଟାଂଶ ସୃଷ୍ଟି ହୋଇଥାଏ । ଏହି ବହୁମୂଲ୍ୟ ଉପ ଉତ୍ପାଦକୁ ସ୍ଥାୟୀ ଭାବରେ ପରିଚାଳନା କରିବା ଲାଗି ଶିଳ୍ପ ସଂସ୍ଥା ପାଇଁ ଏକ ଆହ୍ୱାନ ଅଟେ । ବେଦାନ୍ତ ଆଲୁମିନିୟମ ବକ୍ସାଇଟ ଅବଶିଷ୍ଟାଂଶକୁ କମ କରିବା ଓ ଏଥିରୁ ମୂଲ୍ୟ ବାହାର କରିବାର ଉପାୟ ଅନୁସନ୍ଧାନରେ ସକ୍ରିୟ ଭାବରେ ଜଡ଼ିତ । କମ୍ପାନୀ ଏକ ବୈପ୍ଲବିକ ପଦକ୍ଷେପ ଗ୍ରହଣ କରିଛି ଯେଉଁଥିରେ ଏହାକୁ ସଫଳତାର ସହ ପରୀକ୍ଷାଗାର ଦ୍ୱାରା ପେଟେଂଟ ପାଇଁ ବୈଧ ହୋଇଛି । ବର୍ତ୍ତମାନ କମ୍ପାନି ଏହାର ସମ୍ଭାବ୍ୟ ସୁବିଧା ନିର୍ଣ୍ଣୟ କରିବା ସହିତ ପ୍ରକ୍ରିୟାର କାର୍ଯ୍ୟକାରୀତା ଓ ମୂଲ୍ୟାଙ୍କନ କରିବା ପାଇଁ ପାଇଲଟ ପ୍ଲାଂଟ ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେଇଛି ।

ଏହି ସଫଳତାକୁ ନେଇ ବେଦାନ୍ତର ଡ଼େପୁଟି ସିଇଓ ଜି.ଜି.ପାଲ କହିଛନ୍ତି ଯେ, ବେଦାନ୍ତ ଆଲୁମିନିୟମରେ ସ୍ଥିରତା ହାସଲ କରିବାରେ କାର୍ଯ୍ୟକାରୀ ଦକ୍ଷତା ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଏହି ଲକ୍ଷ୍ୟ ଉଦ୍ଦେଶ୍ୟରେ ବର୍ତ୍ତମାନ ଆମେ ଶିଳ୍ପ ସମସ୍ୟାର ସମାଧାନ ପାଇଁ ବୈଷୟିକ ନେତୃତ୍ୱାଧୀନ ଅଭିନବ ସମାଧାନ ଲାଗି ଘରୋଇ ଆର ଆଣ୍ଡ ଡି ପଦକ୍ଷେପ ଉପରେ ଧ୍ୟାନ ଦେଉଛୁ । ସେହିପରି ବେଦାନ୍ତ ଆଲୁମିନିୟମର ମୁଖ୍ୟ ତଥା ଗବେଷଣା ଓ ବିକାଶ ଅଧିକାରୀ ଡ. ଅମିତ ଚାଟାର୍ଜି କହିଛନ୍ତି ଯେ , ବକ୍ସାଇଟର ବଳକା ପଦାର୍ଥର ସଦୁପଯୋଗ ଆମ ପାଇଁ ଏକ ମାଇଲ ଖୁଂଟ ହେବ ଓ ଶକ୍ତି ସଂରକ୍ଷଣ ପାଇଁ ଏକ ପଥ ପ୍ରଦାନ କରିବ ଏବଂ ବିଶ୍ୱର ଆଲୁମିନିୟମ ଶିଳ୍ପକୁ ପୁନଃନିର୍ମାଣ କରିବାରେ ସହାୟକ ହେବ । ଆଇଆଇଟି ଖଡ଼ଗପୁରର ମେଟାର୍ଲଜିକାଲ ଓ ସାମଗ୍ରୀ ଇଂଜିନିୟରିଂ ବିଭାଗର ସହକାରୀ ପ୍ରଫେସର ଡ. ଚେନ୍ନାରାଓ ବୋରା କହିଛନ୍ତି , ସ୍ଥିରତା ଲକ୍ଷ୍ୟ ପାଇଁ ବେଦାନ୍ତ ଆଲୁମିନିୟମ ଆର ଏଣ୍ଡ ଡି ପ୍ରତି ସମର୍ପିତ ହେବା ପ୍ରକୃତରେ ପ୍ରେରଣାଦାୟକ ଅଟେ । ବକ୍ସାଇଟ ବଳକା ପଦାର୍ଥ ହ୍ରାସ ଆଲୁମିନିୟମ ଶିଳ୍ପ ପାଇଁ ଏକ ପ୍ରମୁଖ ଆହ୍ୱାନ ଅଟେ ଯାହାକୁ ବୈଷୟିକୀ ଦ୍ୱାରା ସମ୍ଭବ କରାଯାଇପାରେ । ଆଇଆଇଟି ଖଡ଼ଗପୁର ଓ କମ୍ପାନିର ମିଳିତ ପ୍ରୟାସରେ ବିକଶିତ ହୋଇଥିବା ଏହି ପ୍ରକ୍ରିୟା କେବଳ ବକ୍ସାଇଟ ବଳକା ପରିଚାଳନାରେ ସହାୟତା କରିବ ନାହିଁ ଅନ୍ୟପକ୍ଷରେ କାର୍ବନ ଫୁଟପ୍ରିଂଟକୁ ମଧ୍ୟ ହ୍ରାସ କରିବ ।

ବେଦାନ୍ତ ଆଲୁମିନିୟମ ହେଉଛି ଦେଶର ପ୍ରଥମ କମ୍ପାନି ଯିଏକି ବକ୍ସାଇଟ ବଳକା ସ୍ଲରୀରୁ ଜଳର ପରିମାଣ ବାହାର କରି ଏହାକୁ ପୁନଃପ୍ରୟୋଗ କରି ଜିରୋ ଲିକୁଇଡ ଡିସଚାର୍ଜ କରିବା ସହ ଜଳ ସଂରକ୍ଷଣ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି । ବଳକା ବକ୍ସାଇଟକୁ ଶୁଖିଲା ଆକାରରେ ଘନୀଭୂତ କରାଯାଇ ବୈଜ୍ଞାନିକ ଉପାୟରେ ଏହାର ଉପଯୋଗୀତା ବୃଦ୍ଧି କରାଯାଉଛି । ଏହି ପ୍ରକ୍ରିୟା ପାଇଁ କମ୍ପାନି ଦେଶର ବକ୍‌ସାଇଟ ଅବଶିଷ୍ଟାଂଶ ପ୍ର୍ରକିୟାକରଣ କାରଖାନା ଭାବରେ ପ୍ରଥମ କମ୍ପାନି । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା ।

Comments are closed.