Latest Odisha News

BREAKING NEWS

ବେଦାନ୍ତ ପକ୍ଷରୁ ଓଡ଼ିଶାରେ ଅଣସଂରକ୍ଷିତ ସମ୍ପ୍ରଦାୟର ୧ ହଜାର ବାଳିକାଙ୍କୁ ନିଯୁକ୍ତି ପାଇଁ ‘ପ୍ରୋଜେକ୍ଟ ପଂଛି’ର ଶୁଭାରମ୍ଭ

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଲାଞିଗଡ଼ର ଆଲୁମିନା ରିଫାଇନାରୀରେ ପ୍ରୋଜେକ୍ଟ ପଂଛି ଶୁଭାରମ୍ଭ କରିଛି । ଏହି ପ୍ରକଳ୍ପ ହେଉଛି ଏକ ଅଭିନବ କର୍ପୋରେଟ ନିଯୁକ୍ତି ଡ୍ରାଇଭ ଯାହା ଧାତୁ, ଖଣି,ତୈଳ ଓ ଗ୍ୟାସ ଉଦ୍ୟୋଗର ବିଭିନ୍ନ ବ୍ୟବସାୟରେ ୧୦୦୦ ବାଳିକାଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟ ରଖିଛି ।

ପ୍ରଥମ ପର୍ଯ୍ୟାୟରେ ବେଦାନ୍ତ ଆଲୁମିନିୟମର ଲାଞିଗଡରେ ଏପରି ୪୦ ଜଣ ବାଳିକାଙ୍କୁ ନିଯୁକ୍ତି ସୁଯୋଗ ମିଳିଛି । ପ୍ରଦୀପ କୁମାର ଦିଶାରୀ (ନିର୍ବାଚନ ମଣ୍ଡଳୀର ବିଧାୟକ), ପି. ଅନ୍ୱେଶା ରେଡି ( ଜିଲ୍ଲା କଲେକ୍ଟର ଓ ମାଜିଷ୍ଟ୍ରେଟ), ଡ, ବିଶ୍ୱଜିତ ଦାସ ( ସବ କଲେକ୍ଟର), ଜିତେନ୍ଦ୍ର ମିଶ୍ର (ବ୍ଲକ ବିକାଶ ଅଧିକାରୀ), ପଂଚାୟତ ରାଜ ଅନୁଷ୍ଠାନ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ର ୧୦ଟି ପଂଚାୟତର ସଦସ୍ୟ, ଜି.ଜି. ପାଲ, ଡେପୁଟି ସିଇଓ ବେଦାନ୍ତ ଲିଃ- ଆଲୁମିନିୟମ ବିଜିନେସ ଏବଂ  ଦିଲ୍ଲିପ କୁମାର ସିହ୍ନା, ସିଏଚଆରଓ, ବେଦାନ୍ତ ଲିଃ-ଆଲୁମିନିୟମ ବିଜିନେସ ଓ ଗ୍ରୁପ ଆଙ୍କରଙ୍କ ଉପସ୍ଥିତିରେ ମନୋନୀତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଂଟନ କରାଯାଇଥିଲା ।

ଏହି ଝିଅମାନେ ଯେଉଁମାନଙ୍କ ମଧ୍ୟରୁ ଅନେକ ଶିକ୍ଷାର୍ଥୀ ହୋଇଥିଲେ ମଧ୍ୟ ବେଦାନ୍ତ ଏହି ସବୁ ପିଲାମାନଙ୍କର ପ୍ରତିଭାକୁ ଦେଖି ନିଯୁକ୍ତି ଦେବାକୁ ଆଗ୍ରହ ପ୍ରକାଶ କରିଥିଲା । ବିଭିନ୍ନ ମାନଦଣ୍ଡ ଆଧାରରେ ପ୍ରାର୍ଥୀ ଚୟନ କରାହୋଇଥିଲା । କେତେକ ସ୍ନାତକୋତ୍ତର ଶିକ୍ଷା ଲାଭ କରୁଥିବାରୁ ସେମାନଙ୍କ ଶିକ୍ଷା ସମାପ୍ତ ପରେ ସେମାନଙ୍କ ଚାକିରୀ ଅଫର ଗୁଡ଼ିକ ଆନୁଷ୍ଠାନିକ ହୋଇଯିବ ଓ ଏହି ଝିଅମାନେ ମୂଳ କାର୍ଯ୍ୟରେ ସ୍ନାତକ ଶିକ୍ଷାନବୀଶ ଭାବେ ବେଦାନ୍ତର କାର୍ଯ୍ୟରେ ଯୋଗ ଦେବେ ।

ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତିକରଣ ପାଇଁ ବେଦାନ୍ତର ସାମଗ୍ରିକ ଦୃଷ୍ଟିକୋଣ ସହିତ ଏହି ପ୍ରକଳ୍ପ ସ୍ଥାନୀୟ ଗୋଷ୍ଠୀଙ୍କ ବିକାଶ ଉଦ୍ଦେଶ୍ୟରେ କାର୍ଯ୍ୟ କରିବ । ଓଡ଼ିଶା, ଛତିଶଗଡ, ରାଜସ୍ଥାନ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ଗୋଆ ଇତ୍ୟାଦିରେ କଂପାନି ଧାତୁ, ଖଣି ଏବଂ ତୈଳ ଓ ଗ୍ୟାସ ବ୍ୟବସାୟିକ କାର୍ଯ୍ୟରେ ଏହି ସବୁ ବାଳିକାମାନଙ୍କୁ ନିଯୁକ୍ତି ଦେବ ।

ବେଦାନ୍ତର ଲାଞିଗଡ଼ ଅପରେସନ ଏକ ବିଶ୍ୱସ୍ତରୀୟ ୨ ଏମଟିପିଏ ଆଲୁମିନା ରିଫାଇନାରୀ ଯାହା ଝାରସୁଗୁଡ଼ା ଓ ବାଲକୋ (ଛତିଶଗଡ଼)ରେ କଂପାନିର ଅତ୍ୟାଧୁନିକ ଆଲୁମିନିୟମ ସ୍ମେଲଟରକୁ ଖାଦ୍ୟ ଯୋଗାଇଥାଏ । ରିଫାଇନାରୀ ବର୍ତ୍ତମାନ ୫ ଏମଟିପିଏକୁ ସଂପ୍ରସାରିତ ହେବାକୁ ଯାଉଛି ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମାନବ ଶକ୍ତି ନିୟୋଜିତ ହେବେ । ମହିଳାମାନଙ୍କ ପାଇଁ କଂପାନିରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ଯାହା ସେମାନଙ୍କ ପାଇଁ ପ୍ରେରଣାଦାୟକ ହେବ ।

ପ୍ରୋଜେକ୍ଟ ପଂଛି ବିଷୟରେ ଜି.ଜି. ପାଲ, ଡେପୁଟି ସିଇଓ- ଆଲୁମିନା ବ୍ୟବସାୟ, ବେଦାନ୍ତ ଲିଃ କହିଛନ୍ତିଯେ-ପ୍ରୋଜେକ୍ଟ ପଂଛି ହେଉଛି ଆମର ଚେୟାରମ୍ୟାନ ଅନୀଲ ଅଗ୍ରୱାଲଙ୍କ ଏକ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପ, ଯାହା ଭାରତରେ ଦୂରବର୍ତ୍ତୀ ଅଂଚଳରେ ରହୁଥିବା ଅଶାୟୀ ଯୁବତୀମାନଙ୍କୁ ସଶକ୍ତିକରଣ କରିବା ସହିତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଆମର ୪୦ ଜଣ ବାଳିକା ପ୍ରଥମ ପର୍ଯ୍ୟାୟରେ ଚୟନିତ ହୋଇଛନ୍ତି । ସେମାନଙ୍କୁ ଆମେ ସ୍ୱାଗତ କରୁଛୁ ଓ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ ।

ଏହି ମହତ୍ୱ ପଦକ୍ଷେପ ସଂପର୍କରେ ଲାଞିଗଡ଼ ବିଧାୟକ ପଦୀପ କୁମାର ଦିଶାରୀ କହିଛନ୍ତି, ଏଠାରେ ଗୋଷ୍ଠୀର ବିକାଶ ପାଇଁ ବେଦାନ୍ତର ଅପାର ଅବଦାନ ରହିଛି । ପ୍ରୋଜେକ୍ଟ ପଂଛି ପଦକ୍ଷେପ ଏକ ଅତ୍ୟନ୍ତ ଉତ୍ତମ କାର୍ଯ୍ୟକ୍ରମ ଯାହା ଦ୍ୱାରା ଏହି ଅଂଚଳର ଝିଅମାନେ ଉତ୍ସାହିତ ହେବେ । ଏହି ପଦକ୍ଷେପ ଜୀବିକା ନିର୍ବାହ ପାଇଁ ସାମାଜିକ ସୀମା ଭାଙ୍ଗିବ ଓ ପିଲାମାନେ ନିଜକୁ ହେୟ ମନେନକରି ବୃତିଗତ କ୍ଷେତ୍ରରେ ନିଜକୁ ସଦୃଢ କରିବାକୁ ଆଗେଇ ଆସିବେ ।

ଏହି ପଦକ୍ଷେପ ସଂପର୍କରେ ପି. ଅନ୍ୱେଶା ରେଡୀ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ କଳାହାଣ୍ଡି କହିଥିଲେ- ଦେଶରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରକଳ୍ପ ପଂଛି ବେଦାନ୍ତର ଏକ ନିଆରା କାର୍ଯ୍ୟ । ଏହା ଦ୍ୱାରା ସ୍ଥାନୀୟ ଅଂଚଳର ବହୁ ଯୁବତୀ କର୍ମ ନିଯୁକ୍ତି ପାଇ ପାରିବା ସହିତ ସେମାନଙ୍କ ମନୋବଳ ବୃଦ୍ଧି ପାଇବ । ମୁଁ ନବ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ ଧନ୍ୟବାଦ ଜଣାଉଛି ।

ଏହି କାର୍ଯ୍ୟକ୍ରମରେ ମନୋନିତ ହୋଇଥିବା ଜଣେ ବାଳିକା ସୂର୍ଯ୍ୟକାନ୍ତି ମାଝିଙ୍କ ପିତା ଚକ୍ରି ମାଝି ନିଜର ଭାବନା ପ୍ରକାଶ କରି କହିଥିଲେ, ପ୍ରୋଜେକ୍ଟ ପଂଛି ଆମକୁ ସ୍ୱପ୍ନ ଦେଖାଇଲା । ମୁଁ ପୂର୍ବରୁ କେବେ ଭାବି ନଥିଲି ମୋର ଝିଅ ଏପରି ସୁଯୋଗ ପାଇବ ବୋଲି । ମୁଁ ବହୁତ ଖୁସି । ଆମ ଗୋଷ୍ଠୀ ପାଇଁ ବେଦାନ୍ତ ଅନେକ ମହତ କାର୍ଯ୍ୟ କରିଛି । ଏହି ପଦକ୍ଷେପ କେବଳ ଆମ ଝିଅ ମାନଙ୍କୁ ବ୍ୟକ୍ତିଗତ ତଥା ବୃତିଗତ ଭାବରେ ବଢିବାରେ ସାହାଯ୍ୟ କରିବ ନାହିଁ ଅନ୍ୟପକ୍ଷରେ ସେମାନଙ୍କ ଜୀବନରେ ଉନ୍ନତି ଆଣିବ ।

ବେଦାନ୍ତ ଆଲୁମିନିୟମ, ବେଦାନ୍ତ ଲିମିଟେଡର ଏକ ବ୍ୟବସାୟ ଅଟେ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ, ଏହା ଭାରତର ଅଧାରୁ ଅଧିକ ଆଲୁମିନିୟମ ନିର୍ମାଣ କରିିଥାଏ, ଯାହାକି ଆର୍ଥିକ ବର୍ଷ ୨୦୨୨ ରେ ୨.୨୭ ମିଲିଅନ ଟନ୍ । ମୂଲ୍ୟଯୁକ୍ତ ଆଲୁମିିନିୟମ ଉତ୍ପାଦଗୁଡ଼ିକରେ ଏହା ଅଗ୍ରଣୀ ଅଟେ । ବେଦାନ୍ତ ଆଲୁମିିନିୟମ ଡ଼ୋ ଜୋନ୍‌ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡ଼ିଜେଏସଆଇ) ୨୦୨୨ରେ ଆଲୁମିିନିୟମ ଶିଳ୍ପ କ୍ଷେତ୍ରରେ ସାରା ବିଶ୍ୱରେ ୨ୟ ସ୍ଥାନ ଅଧିକାର କରିଛି । ଏହା ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ ଅଟେ । ଭାତରରେ ଏହାର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲ୍‌ଟର, ଆଲୁମିିନା ରିଫାଇନାରୀ ଓ ପାୱାର ପ୍ଲାଂଟ ସହିତ କମ୍ପାନୀ ଆଲୁମିିନିୟମର ଉଦୀୟମାନ ପ୍ରୟୋଗକୁ ଭବିଷ୍ୟତର ଧାତୁ ଭାବରେ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ପୂରଣ କରେ ।

Leave A Reply

Your email address will not be published.