Latest Odisha News

BREAKING NEWS

ରାତାରାତି କୋଟିପତି ହେଲେ ପରିବା ବିକାଳି !

ଭୁବନେଶ୍ୱର: ଭାଗ୍ୟ ସହାୟ ହେଲେ ସବୁ କିଛି ସମ୍ଭବ ହୋଇପାରିବ । ଏପରି ଏକ ଘଟଣା ଘଟିଛି କୋଲକାତାର ଦମଦମ ଅଂଚଳରେ । ରାତାରାତି ପରିବା ବିକାଳୀ ସାଦିକ୍ କୋଟିପତି ପାଲଟି ଯାଇଛନ୍ତି ।

ମିଳିଥିବା ସୂଚନା ମୁତାବକ ସାଦିକ୍ ୩୧ ଡିସେମ୍ବର ୨୦୧୯ରେ ପତ୍ନୀ ସହିତ ନାଗାଲାଣ୍ଡ ଲଟେରୀର ୫ ଟି ଟିକେଟ କିଣିଥିଲେ । ଟିକେଟ ଉଠିବା ବାରି ଦିନ ସାଦିକ ଉକ୍ତ ଲାଟେରୀ ଦୋକାନ ନିକଟକୁ ଯାଇଥିଲେ । ତେବେ ତାଙ୍କ ଲଟେରୀ ଉଠି ନାହିଁ ବୋଲି ଦୋକାନୀ କହିବା ପରେ ସାଦିକ ଏହାକୁ ଅଳିଆ ଡବାରେ ପକାଇ ଦେଇଥିଲେ ।

୩ ଜାନୁୟାରୀରୁ ସାଦିକ ସେହି ଦୋକାନକୁ ଅନ୍ୟ ଏକ କାମ ପାଇଁ ଯାଇଥିଲେ । ଦୋକାନୀଜଣଙ୍କ ତାକୁ ଦେଖି କହିଥିଲେ ତୁମେ ଲଟେରୀ ଜିତିଛି ଟିକେଟ ନେଇ କି ଆସ । ଗୋଟିଏ ଟିକେଟରେ କୋଟିଏ ଟଙ୍କା ଓ ଅନ୍ୟ ୪ଟିରେ ୧ ଲକ୍ଷ ଲେଖାଏଁ ଜିତିଛ ବୋଲି କହିଥିଲେ ।

ସାଦିକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ତାଙ୍କ ପାଖରେ ସେ ଟିକେଟ ନଥିବା ଯୋଗୁଁ କଣ କରିବେ ଭାବି ବ୍ୟସ୍ତ ବିବ୍ରତ ହୋଇ ଉକ୍ତ ଅଳିଆ ଡବା ନିକଟକୁ ଯାଇ ଚିରି ଫୋପାଡ଼ି ଦେଇଥିବା ଟିକଟକୁ ଖୋଜିବା ଆରମ୍ଭ କଲେ । ତାଙ୍କ ଭାଗ୍ୟ ଭଲ ଥିବାରୁ ଟିକେଟ ଗୁଡିକ ସେମିତି ସେ ଡବାରେ ପଡି ରହିଥିଲା । ସାଦିକ ଏବଂ ତା’ପରିବାର ବର୍ଗ ଏବେ ସେହି ଲଟେରୀ ଟଙ୍କାକୁ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.