Latest Odisha News

BREAKING NEWS

ମୋଟରଯାନ ଆଇନ ଉଲ୍ଲଘଂନକାରୀ ସାବଧାନ ! ଯେତେ ନିୟମ ଫାଙ୍କିବେ ସେତେ ଅଧିକ ବୀମା ରାଶି ଗଣିବେ

ଭୁବନେଶ୍ୱର: କଡାକଡି ହେବ ଗାଡି ବୀମା ଯାଞ୍ଚ ପ୍ରକ୍ରିୟା । ୮ ସପ୍ତାହ ଧରି ଚାଲିବ ଯାଞ୍ଚ । ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେବ ଯାଞ୍ଚ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ମୋଟରଯାନ ନିୟମ ଯେତେ ଉଲ୍ଲଘଂନ କରିବ, ବୀମା ରାଶି ସେତେ ବଢିବ । ଗାଡି ପୁରୁଣା ହେଲେ ବି ଅଧିକ ବୀମାରାଶି ଦେବାକୁ ବାଧ୍ୟ  । ପରିବହନ ବିଭାଗ ପକ୍ଷରୁ ଏମିତି ନିଷ୍ପତ୍ତି ନିଆଯାଇଛି ।

ନିକଟରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବୀମା କମ୍ପାନୀଙ୍କୁ ନେଇ ଏକ ବୈଠକ ବସିଥିଲା । ବୈଠକରେ ନିଷ୍ପତ୍ତି ହୋଇଥିଲା, ଏପ୍ରିଲ ୧୦ରୁ ଗାଡି ବୀମା ଯାଞ୍ଚ କଡାକଡି କରାଯିବ । ତେବେ ୧୫ ଜିଲ୍ଲାରେ ବୀମା ଖିଲାପକାରୀ ଅଧିକ ଥିବାରୁ ସେହି ସବୁ ଜିଲ୍ଲାରେ ଏହି ଯାଞ୍ଚ ନିୟମିତ କରାଯିବ । ଏ ନେଇ ପରିବହନ ବିଭାଗ  ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନା କାର୍ଯ୍ୟକାରୀ କରାଇବା ପାଇଁ  ସଡକ ପରିବହନ ମନ୍ତ୍ରଣାଳୟ ଏବଂ ଆଇଆରଡିଏଆଇ(Insurance Regulatory and Development Authority)କୁ  ପ୍ରସ୍ତାବ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ଏହି ନିଷ୍ପତ୍ତି ଅନୁଯାୟୀ, ଯେଉଁ ଗାଡି ମାଲିକ ମୋଟର ଯାନ ଆଇନ ଉଲ୍ଲଘଂନ କରିବେ ସେମାନଙ୍କୁ ଗାଡି ବୀମା ବାବଦକୁ ଅଧିକ ରାଶି ଦେବାକୁ ପଡିବ । ଗାଡି ପୁରୁଣା ହେଲେ ବୀମା ରାଶି କମିବା କଥା । ହେଲେ ଯଦି ମୋଟରଯାନ ଆଇନ ଉଲ୍ଲଘଂନ କେବେ କରିଥାଅ ତେବେ ପୁରୁଣା ଗାଡିରେ ବି ଅଧିକ ବୀମା ରାଶି ଦେବାକୁ ପଡିବ । ମୋଟରଯାନ ଆଇନ ଉଲ୍ଲଘଂନ ଅଭିଯୋଗରେ ଗାଡି ମାଲିକଙ୍କଠାରୁ ପ୍ରତି ଚାଲାଣ ପିଛା କେତେ ବୀମା ରାଶି ବଢିବ ସେ ନେଇ ଏସଟିଏ ଏକ ସ୍ଲାବ ପ୍ରସ୍ତୁତ କରିବ । ଏହାକୁ ବାଣିଜ୍ୟ ଓ ପରିବହନ ବିଭାଗ କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟକୁ ପଠାଇବ  । ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ ।

ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୀମା କମ୍ପାନୀର ଡାଟା ବେସକୁ ବାହନ ସହ ସଂଯୋଗ କରାଯିବ । କେହି ମାନୁଆଲ ଗାଡି ବୀମା ଯେପରି କରାଇ ପାରିବେନି ତାହା ଉପରେ କଡା ନଜର ରଖାଯିବ ।

Leave A Reply

Your email address will not be published.