ବ୍ରହ୍ମପୁର: ଯାନବାହାନରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ନେଇ ଦୁଇଚକିଆଠାରୁ ଚାରିଚକିଆ ଯାନର ଚାଳକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। କେଉଁଠି ସ୍ଳଟ୍ ମିଳିବାରେ ସମସ୍ୟା ହେଉଛି ତ’ ଆଉ କେଉଁଠି ସ୍ଳଟ୍ ମିଳିଥିଲେ ମଧ୍ୟ ପ୍ଲେଟ୍ ଲଗାଇବା ପାଇଁ ଅନେକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଏହା ଭିତରେ ଆଉ ଏକ ସମସ୍ୟା ସୃଷ୍ଟି ହୋଇଛି, ଯାହା ଗାଡ଼ି ମାଲିକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେବା ସହିତ ଅସନ୍ତୋଷ ସୃଷ୍ଟି କରିଛି। ନମ୍ବର ପ୍ଲେଟ୍ଗୁଡ଼ିକରେ ବ୍ୟାପକ ତ୍ରୁଟି ରହୁଥିବା ମଧ୍ୟ ଦେଖାଦେଇଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ସପକ୍ଷରେ ଅନେକ ଯୁକ୍ତି କରୁଥିବା ବେଳେ ତ୍ରୁଟି କେମିତି ରହୁଛି, ତାହାକୁ ନେଇ ପ୍ରଶ୍ନ ଉଠିଛି।
ପୋଲସରା ବ୍ଲକର ରୁମାଗଡ଼ ଗ୍ରାମର ଜଣେ ବ୍ୟକ୍ତିଙ୍କ ହୋଣ୍ଡା କମ୍ପାନିର ଦୁଇ ଚକିଆ ଗାଡ଼ି ରହିଛି। ୨୦୧୯ ପୂର୍ବରୁ ସେ ଏହି ଗାଡ଼ି କିଣିଥିଲେ । ଏଣୁ ସରକାରଙ୍କ ଘୋଷଣା ଅନୁଯାୟୀ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ଆଗଭର ହୋଇଥିଲେ । ଅଗଷ୍ଟ ଦୁଇ ତାରିଖରେ ସେ ଏନେଇ ନିର୍ଦ୍ଧାରିତ ୱେବସାଇଟ୍ରେ ଆବେଦନ କରିଥିଲେ । ପ୍ଲେଟ୍ ବାବଦରେ ୨୯୯ ଟଙ୍କା ସହିତ ସିଜିଏସ୍ଟି ୯ପ୍ରତିଶତରେ ୨୬.୯୧ ଟଙ୍କା ଏବଂ ଏସ୍ଜିଏସ୍ଟି ୯ପ୍ରତିଶତରେ ୨୬.୯୧ ଟଙ୍କା ଭାବେ ମୋଟ ୩୫୨ଟଙ୍କା ୮୨ ପଇସା ପଇଠ କରିଥିଲେ । ସେପ୍ଟେମ୍ବର ୧୫ ତାରିଖରେ ତାଙ୍କୁ ସ୍ଲଟ୍ ମିଳିଥିଲା । ହେଲେ ଗାଡ଼ି ସୋ’ରୁମ୍ରେ ଅତ୍ୟଧିକ ଭିଡ଼ ଲାଗିଥିବା ଯୋଗୁ ସେ ନିର୍ଦ୍ଧାରିତ ସମୟରେ ପ୍ଲେଟ୍ ଲଗାଇବାରେ ବିଫଳ ହୋଇଥିଲେ । ଶେଷରେ ଗତ ମଙ୍ଗଳବାର ସେ ବହୁ କଷ୍ଟରେ ନମ୍ବର ପ୍ଲେଟ୍ ଲଗାଇଥିଲେ । ନମ୍ବର ପ୍ଲେଟ୍ ଲଗାଇବା ବେଳେ ସେଥିରେ ବଡ଼ ଧରଣର ତ୍ରୁଟି ଥିବା ସେ ଦେଖିଥିଲେ । ତାଙ୍କ ଗାଡ଼ି ନମ୍ବର OD-32 ‘D’ ଥିବା ବେଳେ ତାଙ୍କୁ ମିଳିଥିଲା OD-32 ‘X’। ଏଭଳି ତ୍ରୁଟିକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ହେଲେ ଗାଡ଼ି ସୋ’ରୁମ୍ ପକ୍ଷରୁ ତାଙ୍କୁ କୌଣସି ସାହାଯ୍ୟ ମିଳିନଥିଲା। ଆବେଦନ ଅନୁଯାୟୀ ପ୍ଲେଟ୍ ତିଆରି କରାଯାଇଥିବା କୁହାଯାଇଥିଲା। ଭୁଲ୍ ସୁଧାରିବାକୁ ସୋ’ରୁମ୍ ତରଫରୁ ମନା କରାଯାଇଥିଲା। ୩୫୩ ଟଙ୍କା ଖର୍ଚ୍ଚ ହେବା ସତ୍ତ୍ବେ ପ୍ଲେଟ୍ରେ ତ୍ରୁଟିକୁ ନେଇ ସେ ନିରାଶ ହୋଇଥିଲେ । ଶେଷରେ ଏନେଇ ଟୁଇଟର୍ରେ ଅଭିଯୋଗ କରାଯାଇଥିଲା। ଏହାର ଉତ୍ତର ରଖିଛି ପ୍ଲେଟ୍ ତିଆରି ଦାୟିତ୍ବ ନେଇଥିବା ଘରୋଇ ସଂସ୍ଥା। ତ୍ରୁଟିପୂର୍ଣ୍ଣ ନମ୍ବର ପ୍ଲେଟ୍କୁ ବଦଳାଇ ଦିଆଯିବ ବୋଲି କୁହାଯାଇଛି। ସେହିଭଳି ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି। ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଖିବାକୁ ଘରୋଇ ସଂସ୍ଥାକୁ ନିର୍ଦେଶ ଦିଆଯାଇଛି।
କେବଳ ଏହି ଗୋଟିଏ ଘଟଣା ନୁହଁ, ଅନେକ ଗାଡ଼ି ଚାଳକଙ୍କ ନମ୍ବର ପ୍ଲେଟରେ ତ୍ରୁଟି ରହୁଥିବା ଅଭିଯୋଗ ଉଠିଛି। ଅନ୍ୟପଟେ ସ୍ଲଟ୍ ମିଳିଥିଲେ ମଧ୍ୟ ନିର୍ଦ୍ଧାରିତ ତାରିଖରେ ଗାଡ଼ି ସୋ’ରୁମ୍ରେ ନମ୍ବର ପ୍ଲେଟ୍ ଲଗାଯାଇ ପାରୁନାହିଁ। ଗାଡ଼ି ମାଲିକଙ୍କ ଭିଡ଼ ଜମୁଛି। ସୋ’ରୁମ୍ ମାଲିକମାନେ ମଧ୍ୟ ବିକଳ୍ପ ବ୍ୟବସ୍ଥା କରୁନାହାନ୍ତି। ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯାଇଛି। ଭିଡ଼ ବଢ଼ୁଥିଲେ ମଧ୍ୟ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ । ଗାଡ଼ି ମାଲିକମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ନିରାଶରେ ଫେରୁଛନ୍ତି। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍କୁ ନେଇ ଏବେ ସବୁଆଡ଼େ ଗାଡ଼ି ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।
BREAKING NEWS
- ବୁମରାହ, ଅକ୍ଷରଙ୍କ ସ୍ୟାଲେରୀ ବଢ଼ାଇବ ବିସିସିଆଇ
- ଯୁଦ୍ଧ ମଧ୍ୟରେ ଏଲ୍ପିଜି ସଙ୍କଟ: ଓଡ଼ିଆ କ୍ୟାପଟେନଙ୍କ ସାହସ ଓ କର୍ତ୍ତବ୍ୟ ପାଇଁ ଆଜି ଦେଶ ଗର୍ବିତ
- ଇରାନ ବିରୋଧରେ ଏକତ୍ର ହେବେ ଇସଲାମିକ ଦେଶ
- ବ୍ୟାଟେଲ ଅଫ ଗଲୱାନ ପରେ ବଦଳିବ ଏହି ଫିଲ୍ମର ନାମ
- ଖୁବ ଶୀଘ୍ର ରୋମାଂଟିକ ଫିଲ୍ମ କରିବେ ଶାହାରୁଖ
- Opposition Stages Symbolic Procession: ବିଧାନସଭାରେ କାହାର ଉଠିଲା ‘କୋକେଇ’?, ‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ହେଲା ପରିସର
- Jag Laadki Tanker Reaches Gujarat: ଚାଲିଛି ଯୁଦ୍ଧ, ଭାରତରେ ପହଞ୍ଚୁଛି ଜାହାଜ ପରେ ଜାହାଜ
- ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ଵାସଡର
- ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ, ଘଣ୍ଟାଏ ଧରି ପଥର ମାଡ଼
- ଆଗମୀ ୩ ଘଣ୍ଟା ପାଇଁ କାଳବୈଶୀ ସତର୍କତା, ଏହି ସବୁ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ
Comments are closed.