Latest Odisha News

‘ତାରକ ମେହତା କା ଉଲଟା ଚଷମା’ରେ ଫେରୁଛନ୍ତି ସମସ୍ତଙ୍କ ପ୍ରିୟ କମେଡିଆନ ଦୟାବେନ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ କମେଡି ଶୋ ‘ତାରକ ମେହତା କା ଉଲଟା ଚଷମା’କୁ ନେଇ ଖୁସି ଖବର । ପୁଣି ଟିଭି ପରଦାକୁ ଫେରୁଛନ୍ତି ସମସ୍ତଙ୍କ ପ୍ରିୟ କମେଡିଆନ ଦୟାବେନ (ଦିଶା ଭକାନି)। ଦୟାବେନ ତଥା ଦିଶା ୪ ବର୍ଷ ଧରି ଏହି କମେଡି ଶୋରେ ନଜର ଆସୁନିଥିଲେ। ପ୍ରଶଂସକମାନେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରନ୍ତି। କୌଣସି କାରଣରୁ ସେ ଶୋରୁ ବାହାରି ଯାଇଥିଲେ। ଏବେ କିନ୍ତୁ ସେ ଏହି ଶୋକୁ କମବ୍ୟାକ୍ କରି ନିଜ ଫ୍ୟାନ୍ସଙ୍କୁ ଦୀପାବଳି ଭେଟି ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି।

ଟିଭିର ସବୁଠୁ ପପୁଲାର କମେଡି ଶୋ ତାରକ ମେହତା କା ଉଲଟା ଚଷମା ପିଲାରୁ ବୁଢା ସମସ୍ତଙ୍କୁ ପସନ୍ଦ । ଗତ ୧୫ ବର୍ଷ ଧରି ଏହି ଶୋ’ ନନଷ୍ଟପ୍ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିଶା ପୁଣିଥରେ ଶୋରେ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ଏପରି ହୁଏ ତେବେ ଅକ୍ଟୋବରରୁ ଏହି ଫ୍ୟାମିଲି ଏଣ୍ଟରଟେନମେଣ୍ଟ ଶୋରେ ନଜର ଆସିବେ ଦେୟା ଭାବି।

ସିରିୟଲର କାହାଣୀ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ନିର୍ମାତାମାନେ କେବଳ ଦିଶାଙ୍କ ହଁକୁ ଅପେକ୍ଷା କରିଥିଲେ। ନିକଟରେ ଏକ ସାକ୍ଷାତକାରରେ ଅସିତ ମୋଦି କହିଥିଲେ ଯେ ସେ ଏବେ ପର୍ଯ୍ୟନ୍ତ ଦିଶା ଭକାନିଙ୍କ ଅପେକ୍ଷାରେ ଥିଲେ। ସେ ଚାହୁଁଥିଲେ ଦିଶା ଶୋ’କୁ ଫେରିବା ଉଚିତ୍। କିନ୍ତୁ ଦିଶାଙ୍କ ବ୍ୟକ୍ତିଗତ କାରଣରୁ ଶୋ’କୁ ଫେରିନଥିଲେ। ତଥାପି ନିର୍ମାତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଏବଂ ଭରସା ଥିଲା ଏବଂ ଦିଶା ଭକାନି ଶୋ’ପାଇଁ ରାଜି ହୋଇଛନ୍ତି।

ଯେତେବେଳେ ଦିଶା ଭକାନି ‘ତାରକ ମେହତା କା ଉଲଟା ଚଷମା’ରେ ଦୟାବେନଙ୍କ ଚରିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ, ସେତେବେଳେ ସେ ବିବାହ କରିନଥିଲେ। କିନ୍ତୁ ଆଜି ସେ ଦୁଇଟି ସନ୍ତାନର ମାଆ ହୋଇଛନ୍ତି। ସେ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ବ୍ୟକ୍ତିଗତ ଭାବେ ଶୋ ଠାରୁ ଦୂରେଇ ଯାଇଥିଲେ। ଏଠାରେ ସୂଚନା ଥାଉକି ‘ତାରକ ମେହତା କା ଉଲଟା ଚଷମା’ଏକ ଫ୍ୟାମିଲି ଏଣ୍ଟରଟେନମେଣ୍ଟ ଶୋ, ଯାହାକୁ ସବୁବେଳେ ଦେଖିବାକୁ ପସନ୍ଦ କରନ୍ତି ଦର୍ଶକ।

Leave A Reply

Your email address will not be published.